ବୌଦ୍ଧ: ଗୋପବନ୍ଧୁଙ୍କ ୯୦ତମ ଶ୍ରାଦ୍ଧବାଷିକୀ ଅବସରରେ ସମାଜ ପକ୍ଷରୁ ତର୍କ ପ୍ରତିଯୋଗିତା

ବୌଦ୍ଧ, ୧୦ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମାଜ ପକ୍ଷରୁ ତର୍କ ପ୍ରତିଯୋଗିତା ସ୍ଥାନୀୟ ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କନିଷ୍ଠ ଓ ବରିଷ୍ଠ ଦୁଇଟି ବର୍ଗରେ ଅନୁଷ୍ଠିତ ଏହି ତର୍କ ପ୍ରତିଯୋଗିତାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ସମୁଦାୟ ୬୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କନିଷ୍ଠ ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବର୍ଷାରାଣୀ ମେହେର ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପୁରୁଣାକଟକର ସୌରଭ ସବ୍ୟସାଚୀ ସେଠୀ ଦ୍ୱିତୀୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶ୍ରୁତିସ୍ମିତା ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବରିଷ୍ଠ ବିଭାଗରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ସାରଦା ପ୍ରସନ୍ନ ବୋଷ ପ୍ରଥମ, ପ୍ରିୟଙ୍କା ମହାରଣା ଦ୍ୱିତୀୟ ଓ ରବିତା ମହାକୁଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ସମାଜ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। କୃତୀ ପ୍ରତିଯୋଗୀମାନଙ୍କୁ ସମାଜ ପକ୍ଷରୁ ୫ ହଜାର(ପ୍ରଥମ), ୩ ହଜାର(ଦ୍ୱିତୀୟ) ଓ ୨ ହଜାର (ତୃତୀୟ) ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଚାରକ ତଥା ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ସାହିତ୍ୟିକ ଦୀନବନ୍ଧୁ ପତି, ହୃଷିକେଶ ମହାନ୍ତି, ଅଧ୍ୟାପକ ନୂତନ ଖମାରୀ, ଅଧ୍ୟାପିକା ଡଃ. ରତ୍ନପ୍ରଭା ବାରିକ୍ ଓ ଶଙ୍କର ପ୍ରସାଦ ମିଶ୍ର ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସଜ୍ଜନ କୁମାର ଅଗ୍ରୱାଲା, ଦେବାଶିଷ ପୁରୋହିତ୍, ସୌମ୍ୟରଂଜନ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *