ଓଡ଼ିଶା

ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କାର୍ଯ୍ୟକାରିଣୀ ବୈଠକରେ ପ୍ରବଳ ହଟଗୋଳ

ବୈାଦ୍ଧ,୩୦ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଦୀର୍ଘଦିନ ହେଲା ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବିଭିନ୍ନ ଦୁର୍ନୀତି ଚର୍ଚ୍ଚାରେ ରହିଥିବାବେଳେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଏହାକୁ ନେଇ ପ୍ରବଳ ହଟଗୋଳ ହୋଇଥିବା ଜଣାଯାଇଛି । ବ୍ୟାଙ୍କର କାର୍ଯ୍ୟକାରିଣୀ ବୈଠକ ସଭାପତି ସତ୍ୟ ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରୁ ହିଁ ପରିଚାଳନା କମିଟିର ସଦସ୍ୟମାନେ ପୂର୍ବତନ ସଂପାଦକଙ୍କ ସମୟରେ ହୋଇଥିବା ବହୁ ଅନିୟମିତତା ସଂପର୍କରେ ପ୍ରଶ୍ନ ଉଥାପନ କରି ହଟଗୋଳ ଆରମ୍ଭ କରିଥିଲେ । ବିଶେଷ ଭାବରେ ବ୍ୟାଙ୍କର ଉପର ମହଲା କୋଠା ନିର୍ମାଣରେ ପ୍ରବଳ ଅର୍ଥ ଖର୍ଚ୍ଚ ଦର୍ଶାଯାଇଥିବାବେଳେ ଏହାକୁ ନିର୍ମାଣ କରାଯିବାକୁ ବ୍ୟାଙ୍କ ପରିଚାଳନା କମିଟିରେ କୌଣସି ନିଷ୍ପତି ନିଆନଯାଇ ସଂପାଦକ ମନଇଛା ଫର୍ଜରୀ କାଗଜପତ୍ର କରି କାର୍ଯ୍ୟ କରାଯାଇଥିବାରୁ ଏହାର ଭିଜିଲାନସ ତଦନ୍ତ ପାଇଁ ସଭ୍ୟମାନେ ଦାବି କରିଥିଲେ ଓ ଏହାକୁ ସର୍ବସମ୍ମତିକ୍ରମେ ଅନୁମୋଦନ ମଧ୍ୟ କରାଯାଇଥିଲା । ସମବାୟ ବିଭାଗର ଉପରିସ୍ଥ ଅଧିକାରୀମାନଙ୍କ ପତ୍ନୀମାନଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ୪ ଖଣ୍ଡ ପାଟଶାଢୀ କିଣାଯାଇଥିବାରୁ ଏହାକୁ ନେଇ ସଭ୍ୟମାନେ ପ୍ରଶ୍ନ ଉଠାଇଥିଲେ । ଏହାବ୍ୟତୀତ ବ୍ୟାଙ୍କ ପାଇଁ ବିଭିନ୍ନ ଫର୍ମ ଓ ଷ୍ଟେସନାରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଓ ବ୍ୟାଙ୍କ ସଭାପତି ବ୍ୟବହାର କରୁଥିବା ଗାଡି ବ୍ୟାଙ୍କ କାର୍ଯ୍ୟରେ ନଲାଗି ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରି ବ୍ୟାଙ୍କର ଅର୍ଥ ବରବାଦ କରୁଥିବା ନେଇ ସଭ୍ୟମାନେ ଅଭିଯୋଗ କରିବା ସହିତ ଏହାର ହିସାବ ମାଗିଥିଲେ । ତେବେ ବ୍ୟାଙ୍କ ସଂପାଦକ ଏହାର ହିସାବ ପରେ ସଭ୍ୟମାନଙ୍କୁ ଜଣାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସୂଚନା ଯୋଗ୍ୟଯେ, ଏକଦା ବୌଦ୍ଧ ସମବାୟ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଯାଇଥିବାବେଳେ ସରକାରଙ୍କ ଋଣଛାଡ ନିଷ୍ପତି ଏହାକୁ ପୁର୍ନଜୀବନ ପ୍ରଦାନ କରିଥିଲା । କିନ୍ତୁ ତଥାପି ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନଙ୍କ ଆଖି ଖୋଲିପାରିନାହିଁ । ବ୍ୟାଙ୍କରେ ନିଯୁକ୍ତି ଠାରୁ ଆରମ୍ଭ କରି ବିଭିନ୍ନ ସମାଗ୍ରୀ କିଣା,ଋଣ ପ୍ରଦାନ,ପଦୋନ୍ନତି ଏପରିକି ଦୈନନ୍ଦିନ ଖର୍ଚ୍ଚରେ ମଧ୍ୟ ବ୍ୟାପକ ଜାଲିଆତି କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେବା ସହିତ ଗ୍ରାହାକମାନଙ୍କ ବ୍ୟାଙ୍କ ଉପରୁ ଆସ୍ଥା ଉଠିବାରେ ଲାଗିଛି । ଅବିଭକ୍ତ କନ୍ଧମାଳ ଜିଲାରେ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅନେକ ଶାଖା କାର୍ଯ୍ୟ କରୁଥିବାବେଳେ ଜିଲାର ସର୍ବ ପୂରାତନ ଅନୁଷ୍ଠାନ ଭାବରେ ଏହାର ଖ୍ୟାତି ରହିଛି । ଜିଲାରେ ଧାନ କିଣା ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଅନେକ ସରକାରୀ ନେଣ ଦେଣ ବୌଦ୍ଧ ସମବାୟ ବ୍ୟାଙ୍କ ଜରିଆରେ କରାଯାଉଅଛି । ତେବେ ବ୍ୟାଙ୍କର ଅଧିକାରୀ ଓ କର୍ମକର୍ତାମାନଙ୍କ ଦୁର୍ନିତୀଖୋର ମନୋଭାବ ଯୋଗୁଁ ଏହି ବ୍ୟାଙ୍କ ଗ୍ରାହାକମାନଙ୍କୁ ଆକର୍ଷିତ କରିପାରୁନାହିଁ । ଅଧିକାରୀ ଓ କର୍ମଚାରୀମାନଙ୍କ ମାନସିକତାରେ ପରିବର୍ତନ ନହେଲେ ଏହି ବ୍ୟାଙ୍କର ଭବିଷ୍ୟତ ବୌଦ୍ଧ ଆରସିଏମଏସ ଭଳି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି । ତେଣୁ ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସମସ୍ତ କାରବାର,ଋଣ ପ୍ରଦାନ,ପଦୋନ୍ନତି ଆଦିର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମଧ୍ୟ ଦାବି ହେଉଅଛି । ଆଜିର କାର୍ଯ୍ୟକାରିଣୀ ବୈଠକରେ ପରିଚାଳନା କମିଟି ସଦସ୍ୟ ସତ୍ୟଜିତ ପଣ୍ଡା,ଗୌରୀଶଙ୍କର ପଟ୍ଟନାୟକ,ଦୁଃଖିଶ୍ୟାମ ପ୍ରଧାନ,ଗୋବର୍ଦ୍ଧନ ସାହୁ,ସୁରେଶ ଚନ୍ଦ୍ର ସାହୁ ବିଭିନ୍ନ ଅଭିଯୋଗ ଉଠାଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଅତିଥି ଭାବରେ ରାଜ୍ୟ ବୟନିକାର ସଭାପତି ଶେଷଦେବ ମେହେର,ଏସଟି କମିଶନର ଅଧ୍ୟକ୍ଷ ରୋଦନ ମଲିକ,ବ୍ୟାଙ୍କ ଉପସଭାପତି ସୂର୍ଯ୍ୟକାନ୍ତୀ ଖଟୁଆ,ଡିଆରସିଏସ ପ୍ରମୋଦ କୁମାର ସାହୁ, ଉଦ୍ୟାନ ବିଭାଗ ସକହାରୀ ନିଦେ୍ର୍ଦଶକ ସୂର୍ଯ୍ୟମଣି ମହାରଣା ଓ ନାବାର୍ଡ ର ଏଜିଏମ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବ୍ୟାଙ୍କର ମୁଖ୍ୟଶାଖା ମ୍ୟାନେଜର ସସ୍ମିତା ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top