ଜିଲ୍ଲା ପରିକ୍ରମା

ବୌଦ୍ଧ କଳେଜ ନିର୍ବାଚନ, ସମସ୍ତ ପ୍ରାର୍ଥୀ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ

ବୌଦ୍ଧ, ୦୬/୧୦(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଅନେକ କଳ୍ପନା ଜଳ୍ପନା ମଧ୍ୟରେ ବୌଦ୍ଧ ପଂଚାୟତ କଲେଜ ନିର୍ବାଚନର ଉଷ୍ମତା ଶେଷ ହୋଇଯାଇଛି। ପ୍ରାର୍ଥୀପତ୍ର ଯାଂଚ ପରେ ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିବା ପରେ ସମସ୍ତ ପ୍ରାର୍ଥୀ ନିଦ୍ଦ୍ୱର୍ଦରେ ନିର୍ବାଚିତ ହୋଇଛନ୍ତି। ସୂଚନା ମୁତାବକ ୩ ତାରିଖ ଦିନ ନିର୍ବାଚନରେ ସଭାପତି ଓ ସଂପାଦକ ପଦବି ପାଇଁ ୩ ଜଣ ଲେଖାଏଁ ଏବଂ ଉପସଭାପତି ପଦବୀ ପାଇଁ ୨ ଜଣ ପ୍ରାର୍ଥୀପତ୍ର ଦାଖଲ ଦାଖଲ କରିଥିଲେ। ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ ଯାଂଚ ପରେ ୪ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ଥିଲା। କିନ୍ତୁ ଛାତ୍ର ସଂସଦର ସଭାପତି ପଦବୀ ପାଇଁ ଦେବାଶିଷ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବାବେଳେ ଅନ୍ୟ ଦୁଇଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବାରୁ ସେ ସଭାପତି ଭାବରେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ପଦବି ପାଇଁ ୨ ଜଣ ନାମାଙ୍କନ ଦାଖଲ କରିଥିବାବଳେ ଚନ୍ଦନ କୁମାର ମେହେର ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ପଦବୀ ପାଇଁ ୩ ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କେବଳ ପ୍ରଦ୍ୟୁମ୍ନ ବଡମାଳୀଙ୍କ ପ୍ରାର୍ଥୀପତ୍ର କାଏମ ରହିବାରୁ ସେ ମଧ୍ୟ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସହସଂପାଦକ ପଦବି ପାଇଁ ବବୁଲପ୍ରଧାନ, ଡିଏସଏ ସଂପାଦକ ପାଇଁ ଶତାୟୁଷ ପ୍ରଧାନ ଓ ନାଟ୍ୟ ସଂପାଦକ ପାଇଁ ମୌସୁମ ଜାଲ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ଡମ୍ବରୁଧର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ମହେନ୍ଦ୍ର ନାଥ ଦେବତା ଓ ସହକାରୀ ନିର୍ବାଚନ ଅଧିକାରୀ ଭାବରେ ଅଧ୍ୟାପକ ନିରଂଜନ ମିଶ୍ର ଓ ଦିଲିପ କୁମାର ଖୁଂଟିଆ ନିର୍ବାଚନ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top