ଜିଲ୍ଲା ପରିକ୍ରମା

ବୌଦ୍ଧ;ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ପ୍ରତିକାର ନିମନ୍ତେ ଜିଲାସ୍ତରୀୟ ବୈଠକ

ବୌଦ୍ଧ, ୧୭ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ପ୍ରତିକାର ନିମନ୍ତେ ଶୁକ୍ରବାର ଦିନ ଜିଲା ସର୍ବଶିକ୍ଷା ଅଭିଯାନ କକ୍ଷରେ ଏକ ଜିଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ମଧୁସଦନ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷିଭିତ୍ତିକ ବୌଦ୍ଧ ଜିଲାରେ ଖରା ଦିନେ ଅତ୍ୟଧିକ ଉତ୍ତାପ ରହୁଥିବା ଯୋଗୁଁ ଏହାର ପ୍ରତିକାର କିପରି କରାଯାଇପାରିବ ଆଲୋଚନା ହୋଇଥିଲା । ବିଶେଷତଃ ଅଂଶୁଘାତ ରୁ ରକ୍ଷା ପାଇଁ ଲୋକମାନେ ଯେପରି ଖରା ସମୟରେ ଜରୁରୀ କାମ ନଥିଲେ ବାହାରକୁ ନଯିବା ଓ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଚିକିତ୍ସାଳୟ ଗୁଡିକରେ ପ୍ରଚୁର ପରିମାଣରେ ଓଆରଏସ ସହିତ ଜୁରୁରୀ େଓøଷଧ ଓ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ସୁବିଧା କରିବାକୁ କୁହାଯାଇଥିଲା । ଖରା ସମୟରେ ଯାତ୍ରୀବାହୀ ଗାଡି ଚଳାଚଳ ବନ୍ଦ ସହ ଶ୍ରମିକ ମାନଙ୍କୁ ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ କାମ ବନ୍ଦ କରିବାକୁ ବିଭାଗ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ବିଶେଷତଃ ଚଳିତବର୍ଷ ମହାନଦୀରେ ପାଣିର ସଙ୍କଟ ଦେଖାଦେଇଥିବାରୁ ô ପାନୀୟଜଳର ସଦୁପଯୋଗ ପ୍ରତି ଗୁରୁତ୍ୱ ଦିଆଯାଇଥିଲା । ରିଲିଫ କମିଶନରଙ୍କ ନିଦେ୍ର୍ଦଶକ୍ରମେ ଗ୍ରୀଷ୍ମ ଦିନରେ କୌଣସି ପାନୀୟଜଳ ଯୋଗାଣ ପ୍ରକଳ୍ପର ବିଦୁ୍ୟତ ଲାଇନକୁ ବିଛିନ୍ନ ନକରିବାକୁ ସାଉଥକୋ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ତେବେ ଜିଲାର ପାନୀୟଜଳ ଯୋଗାଣ ପ୍ରକଳ୍ପ ଗୁଡିକ ଉପରେ ୫୪ ଲକ୍ଷ ଟଙ୍କାର ବିଦୁ୍ୟତ ଦେୟ ବାକି ପଡିଥିବା ସାଉଥକୋ ନିର୍ବାହୀଯନ୍ତ୍ରୀ ବୈଠକରେ ସୁଚନା ଦେବାପରେ ଏହି ବକେୟା ବିଦୁ୍ୟତ ବିଲ ପରିଶୋଧ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ବିଡିଓମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଜିଲାରେ ଅଚଳ ଥିବା ଜଳଯୋଗାଣ ପ୍ରକଳ୍ପ ଓ ନଳକୂପ ଗୁଡିକ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରତିବର୍ଷ ଭୂତଳ ଜଳ ମାତ୍ରା ହ୍ରାସ ପାଇବା ସହ ନିମ୍ନଗାମୀ ହୋଇଚାଲିଥିବାରୁ ବୈଠକରେ ଚିନ୍ତାପ୍ରକଟ କରାଯିବା ସହିତ ଆଡିବନ୍ଧ ନିର୍ମାଣ କରାଯାଇ ମହାନଦୀର ଜଳ ବିନିଯୋଗ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇ ଏ ସଂପର୍କରେ ବ୍ୟୟ ଅଟକଳ ପ୍ରସ୍ତୁତ କରି ସରକାରୀ ମଂଜୁରୀ ପାଇଁ ପଠାଯିବାକୁ ଜଳସଂପଦ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଥିଲା । ତାପମାତ୍ରା ନିୟନ୍ତ୍ରଣ ପାଇଁ ଜଙ୍ଗଲ ରେ ନିଆଁ ନଲଗାଇବାକୁ ସଚେତନତା ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଥିଲା ଯେଉଁ ଅଂଚଳରେ ଉକ୍ôଟ ପାନୀୟଜଳ ସଙ୍କଟ ସୃଷ୍ଟି ହେଉଅଛି ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରତିବର୍ଷ ପରି ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଇଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଗ୍ରୀଷ୍ମଦିନରେ ଗ୍ରାମାଂଚଳର ଜଳାଶୟ ଓ ନାଳ ଗୁଡିକ ଶୁଷ୍କ ହୋଇଯାଉଥିବାରୁ ପଶୁ ପକ୍ଷୀମାନଙ୍କ ପାଇଁ ମଧ୍ୟ ପାନୀୟଜଳ ସଂରକ୍ଷଣ କରାଯିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଜିଲାରେ ଖରାଦିନେ ବିଜୁଳି କାଟ ଯେପରି ନ ହୁଏ ସେଥି ପ୍ରତି ମଧ୍ୟ ଗୁରୁତô ଦେବାକୁ ବିଦ୍ୟୁତ ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଜିଲାରେ ଅଂଶୁଘାତ,ସାପକାମୁଡା ଜନିତ ମୃତୁ୍ୟ ଓ ଘରପୋଡି ଭଳି ଘଟଣାରେ କ୍ଷତିଗ୍ରସ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ତୁରନ୍ତ ପହଂଚାଇବା ପାଇଁ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲାପାଳ ଶ୍ରୀମିଶ୍ର ପରାମର୍ଶ ଦେଇଥିଲେ । ଗ୍ରୀଷ୍ମପ୍ରବାହ ଜନିତ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲା ପ୍ରଶାସନର ଅଧିକାରୀମାନେ ସଜାଗ ସହିବା ସହ ତୁରନ୍ତ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲାପାଳ ତରଣୀସେନ ନାଏକ,ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ,ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ. ସଦାନନ୍ଦ ମିଶ୍ରଙ୍କ ସମତେ ତିନିବ୍ଲକର ବିଡିଓ,ତହସିଲଦାର ଓ ସମସ୍ତ ପଦାଧିକାରୀ ମାନେ ଯୋଗ ଦେଇଥିଲେ । ଜରୁରୀକାଳିନ ଅଧିକାରୀ ସୋନା ଟୁଡୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top