ଆମ ସଂସ୍କୃତି, କଳା ଓ ଐତିହ୍ୟ

ବୌଦ୍ଧର ଐତିହାସିକ ଗଣପର୍ବ ଭାବେ ପରିଚିତ ରାମଲୀଳା ନାଟ୍ୟ ଉସôବ ଆରମ୍ଭ

ବୌଦ୍ଧ,୨୬ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସ୍ଥାନୀୟ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣସ୍ଥ ମାରୁତୀ ମଣ୍ଡପ ଠାରେ ବୌଦ୍ଧର ଗଣପର୍ବ ଭାବେ ଖ୍ୟାତି ଲାଭ କରିଥିବା ରାମଲୀଳା ନାଟ୍ୟ ଉତ୍ସବ ପବିତ୍ର ରାମନବମୀ ଠାରୁ ଆରମ୍ଭ ହୋଇଛି । ରାମ ନବମୀ ଉତ୍ସବ ଅବସରରେ ସାରା ବୌଦ୍ଧ ସହର ଚଳ ଚଞ୍ଚଳ ରହିବା ସହିତ ଯାତ୍ରାନୁଷ୍ଠାନ ରାମଲୀଳା ନାଟ୍ୟ ସଂସଦର ସମସ୍ତ ସଦସ୍ୟ ୧୮ ଦିନ ପରମ୍ପରା ଅନୁଯାୟୀ ବ୍ରତ ଧାରଣ କରିଛନ୍ତି । ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ମହାନଦୀର ପବିତ୍ର ଜଳକୁ ୧୦୮ କଳସୀରେ ଏକ ବିରାଟ ଶୋଭାଯାତ୍ରାରେ ନେଇ ମାରୁତୀ ମଣ୍ଡପଠାରେ ସ୍ଥାପନ କରାଯାଇଛି । ଦିନ ତମାମ ସହରର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ରଘୁନାଥ ଜୀଉ ମନ୍ଦିରରେ ଭିଡ ଜମାଇ ରାମନବମୀ ପୂଜନୋତ୍ସବରେ ଅଂଶଗ୍ରହଣ କରିଥିଲେ । ବିରଳ ପରମ୍ପରା ଓ ଭାଇଚାରାର ନିଦର୍ଶନ ଦେଖାଇ ଏହି ପବିତ୍ର ଦିନରେ ସହରର ମୁସଲମାନ ଭାଇମାନେ ଆଜି ଜୀବ ହତ୍ୟା ବନ୍ଦ କରିବା ସହିତ ସଂପୁର୍ଣ୍ଣ ମାଂସ ଓ ମାଛ ବଜାର ବନ୍ଦ ରହିଛି । ଯାତ୍ରାରେ ଅଂଶଗ୍ରହଣ କରିଥିବା ବ୍ରତୀମାନେ ଆଜିଠାରୁ ନିଜସ୍ୱ ଗୃହ ତ୍ୟାଗ କରିବା ସଙ୍ଗେ ସଙ୍ଗେ ଏହି ଯାତ୍ରା ସମୟରେ ସମସ୍ତ ବ୍ରତୀ ଗୋଟିଏ ଓଳି ହବିଷ୍ୟାନ୍ନ ଭକ୍ଷଣ କରିବା ସହିତ ସମସ୍ତ ସୁଖ ସ୍ୱାଛନ୍ଦ୍ୟକୁ ତ୍ୟାଗ କରି ଭୂମିରେ ଶୋଇବା ପାଇଁ ସଂକଳ୍ପ ବଦ୍ଧ ହୋଇଛନ୍ତିି । ୧୮ ଦିନ ଧରି ରାମଲୀଳା ଅବସରରେ ଭଗବାନ ଶ୍ରୀରାମଙ୍କ ଜୀବନ ଚରିତକୁ ମାରୁତୀ ମଣ୍ଡପ ଠାରେ ବ୍ରତୀମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯିବ । ପରମ୍ପରା ଅନୁଯାୟୀ ପ୍ରଥମ ଦିବସରେ ଭଗବାନ ଶ୍ରୀରାମଙ୍କ ସହିତ ତାଙ୍କର ଅନ୍ୟ ଭ୍ରାତାମାନଙ୍କ ଜନ୍ମ ବୃତାନ୍ତକୁ ଯାତ୍ରା ନାଟକ ଶୈଳୀରେ ପରିବେଷଣ କରାଯାଇଛି । ସନ୍ଧ୍ୟା ସମୟରୁ ଏହି ଯାତ୍ରା ଆରମ୍ଭ ହୋଇ ରାମାୟଣ ପାରାୟଣ,ଭଜନସନ୍ଧ୍ୟା ଓ ନିର୍ବାକ୍ ନୃତ୍ୟ ନାଟିକା ପରେ ପ୍ରତିଦିନ ରାତିସାରା ରାମାୟଣର କଥାବସ୍ତୁକୁ ନେଇ ଯାତ୍ରା ନାଟକ ଶୈଳୀରେ ନାଟକ ଚାଲୁ ରହିବ । ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ଲିଖିତ ନାଟକ କଥାବସ୍ତୁକୁ ବର୍ଷିୟାନ ନିଦେ୍ର୍ଦଶକ ଭବାନୀଶଙ୍କର ମହାପାତ୍ର ଓ ଯୁବ ସଙ୍ଗିତକାର ତୁଷାରକାନ୍ତ ପଟ୍ଟନାୟକ ନିଦେ୍ର୍ଦଶନା ଦେଇଛନ୍ତି । ରାମଲୀଳା ନାଟ୍ୟ ସଂସଦର ସଭାପତି ଭାବରେ ମୃତୁ୍ୟଂଜୟ ମିଶ୍ର,ସଂପାଦକ ଭାବରେ ମନୋଜ କୁମାର ସାହୁ,କୋଷାଧ୍ୟକ୍ଷ ଭାବରେ ପ୍ରମୋଦ କୁମାର ପ୍ରଧାନ,ନାଟ୍ୟ ପରିଚାଳକ ଭାବରେ ରଂଜନ କୁମାର ବାରିକ୍ ଓ ଭଣ୍ଡାର ରକ୍ଷକ ଭାବରେ କାର୍ତିକ ଚନ୍ଦ୍ର ମହାପାତ୍ରଙ୍କୁ ୧୮ ଦିନ ଧରି ଏହି ରାମଲୀଳା ଯାତ୍ରାର ପ୍ରମୁଖ ଦାୟିତ୍ୱ ପ୍ରଦାନ କରାଯାଇଛି । ବୌଦ୍ଧରେ ଗଣପର୍ବର ମାନ୍ୟତା ପାଇସାରିଥିବା ଏହି ରାମଲୀଳା ଯାତ୍ରା ଜିଲାର ବାଉଁଶୁଣୀ, ବରଝୁଲି,କେଲାକଟା,ସରସରା,ବାମଣ୍ଡା,ଗୋବିନ୍ଦ ପୁର,ପୋଲା. ନାରାୟଣ ନଗର, ଦେବଗଡ ଓ ତେଲିବନ୍ଧ ସମେତ ଅନେକ ଗ୍ରାମରେ ପ୍ରତିବର୍ଷ ପରି ପାରମ୍ପରିକ ନିତିରେ ଆରମ୍ଭ ହୋଇଛି । ବିଶେଷ ଭାବରେ ଯୁବପିଢୀ ଓ ବୟସ୍କଙ୍କ ପାଇଁ ବୌଦ୍ଧ ରାମଲୀଳାର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top