ବୌଦ୍ଧରେ ୮୩ ତମ ଓଡ଼ିଶା ଦିବସ ପାଳିତ

ବୌଦ୍ଧ,୦୨ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧରେ ଜିଲାସ୍ତରୀୟ ୮୩ ତମ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବରେ କଂଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ବୌଦ୍ଧଗଡ ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ ଓ ସମ୍ମାନିତ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅତୀତରେ ଓଡିଆ ଜାତି ପରିଚୟ ହଜାଇବାକୁ ବସିଥିବାବେଳେ ଭାଷା ଭିତ୍ତିରେ ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯିବା ର ଇତିହାସ ସଂପର୍କରେ ଆଲୋଚନା କରିବା ସହିତ ଯେଉଁ ମହାପୁରୁଷମାନଙ୍କ ସଂଗ୍ରାମ ଯୋଗୁଁ ଆଜି ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି ସେମାନଙ୍କ ନିକଟରେ ଏହି ଓଡିଆ ଜାତି ସବୁଦିନେ ଋଣି ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଶ୍ରୀରଣା ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନର ବିକାଶ ସହିତ ଚାଷୀ ପରିବାରମାନଙ୍କୁ ଆର୍ଥିକ ସ୍ୱାବଲମ୍ବି କରାଇବାକୁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରାଇଥିବା ସୂଚନା ପ୍ରଦାନ କରିବା ସହିତ ଜିଲା ଓ ରାଜ୍ୟର ବିକାଶରେ ଜିଲାବାସୀ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ । ସଭା ପ୍ରାରମ୍ଭରେ ଓଡିଆଙ୍କ ଦେବତା ଶ୍ରୀଜଗନ୍ନାଥଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ପରେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ସରସ୍ୱତୀ ଶିଶୁୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ବନେ୍ଦ ଉକôଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଓଡ଼ିଶା ଦିବସ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରତୁ୍ୟଷରେ ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନେ୍ଦ ଉକôଳ ଜନନୀ ସଙ୍ଗୀତ ପ୍ରଚାର ସାରା ସହରରେ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଭାତଫେରୀ ସହିତ ଅତିଥିମାନଙ୍କ ଦ୍ୱାରା ସହରର ଛକମାନଙ୍କରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ କର୍ମଚାରୀ ଲକ୍ଷ୍ମୀଧର ନାଏକଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *