ଜିଲ୍ଲା ପରିକ୍ରମା

ବୌଦ୍ଧରେ ସବୁଜ ପତି୍ରକାଧାରୀଙ୍କ ବିଶାଳ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ,୨୮ା୦୨(ଓଡ଼ିଆ ପୁଅ ସଜ୍ଜନ କୂମାର ଅଗ୍ରୱାଲା):ଓଡିଶା ସବୁଜଧାରୀ ପତ୍ରିକା ମହାସଂଘ ବୌଦ୍ଧ ଶାଖା ପକ୍ଷରୁ ବିଭିନ୍ନ ଦାବୀ ନେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂଘ ପକ୍ଷରୁ ସହରର ରଘୁନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମେଡିକାଲ ଛକ, ୱାରଲେସ ଛକ, କୋର୍ଟ ଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ଶୋଭାଯାତ୍ରା ସମୟରେ ସବୁଜ ପ୍ରତ୍ରିକା ଧାରୀ ମାନେ ହାତରେ ପ୍ଳାକାଡ ଧରି ବିଭିନ୍ନ ନାରା ଦେଉଥିବା ଦେଖା ଯାଇଥିଲା । ତାଙ୍କ ବିଭିନ୍ନ ଦାବୀ ମଧ୍ୟରେ ମାସିକ ଏକ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ବିଭିନ୍ନ ସରକାରୀ ଯୋଜନାରେ ଅଗ୍ରାଧିକାର ଭିତିରେ ସୁଯୋଗ ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି । ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଦେବୀ, ଜିଲା ସଭାପତି ଶୈଳବାଳା ଦାଶ, ସସ୍ମିତା ଗାଇଗୌରିଆ, ବୃନ୍ଦାବତି ମିଶ୍ର, କଲ୍ୟାଣୀ ଦାଶ, ଝୁନୁ ପଣ୍ଡିତଙ୍କ ନେତୃତ୍ୱରେ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top