ଜିଲ୍ଲା ପରିକ୍ରମା

ବୌଦ୍ଧରେ ରଥ ମହୋତ୍ସବ ଉଦଘାଟିତ

ବୌଦ୍ଧ, ୧୭ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧରେ ଜିଲାପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଆୟାଜିତ ରଥ ମହୋତ୍ସବକୁ ଜିଲାପାଳ ମଧୁସୁଦନ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଉପଜିଲାପାଳ ଏନସି ଜ୍ୟୋତି ରଂଜନ ନାଏକ, ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ ଯୋଗଦେଇ ଏହି ମହୋତ୍ସବ ଭବିଷ୍ୟତରେ ବିରାଟ ରୂପ ନେବ ବୋଲି ମତପ୍ରକାଶ କରିବା ସହିତ ପ୍ରଶାସନର ନିଷ୍ପତିକୁ ପ୍ରଶଂସା କରିଥିଲେ। ସ୍ଥାନୀୟ କଚେରୀ ପଡିଆଠାରେ ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବରେ ଜିଲା ତଥା ଜିଲା ବାହାରର ସ୍ୱୟଂସହାୟକ ଗୋଷ୍ଠୀ ସହିତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ୪୦ ଗୋଟି ଷ୍ଟଲ ଖୋଲାଯାଇଛି। ରଥଯାତ୍ରା ସମୟରେ ଏହି ମହୋତ୍ସବ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ସଙ୍ଗିତାୟନ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ଭଜନ ସମାରୋହ ଦର୍ଶକଙ୍କୁ ମହୋତ୍ସବ ପ୍ରତି ଆକର୍ଷିତ କରୁଛି। ମହୋତ୍ସବର ଦି୍ୱତୀୟ ଦିବସରେ ଅତିଥି ଭାବରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରଜନି କାନ୍ତ ଦାଶ, ଉପଜିଲାପାଳ ତଥା ଦେବତ୍ତୋର ଅଧିକାରୀ ଏନସି ଜ୍ୟୋତି ରଂଜନ ନାୟକ, ସହକାରୀ ଜିଲାପାଳ ତଥା ଦେବତ୍ତୋର ମେନେଜର ଖଦାଳପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପ୍ରତିଦିନର ଭଜନ କାର୍ଯ୍ୟକ୍ରମ ପରିବେଷଣ ପାଇଁ ମୃତୁ୍ୟଂଜୟ ମିଶ୍ର ଓ ହାଡିବନ୍ଧୁ ମହାକୁଡଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରଥଯାତ୍ରା ସମୟରେ ଏହି ମହୋତ୍ସବ ଆଗାମୀ ଦିନରେ ମୁଖ୍ୟ ଆକର୍ଷଣ ହେବ ଓ ପ୍ରଶାସନ ଏହାକୁ ପ୍ରତିବର୍ଷ ଜାରି ରଖିବାକୁ ସାଧାରଣରେ ମତପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top