ବୌଦ୍ଧରେ ମଧୁମେହ ଦିବସ ପାଳିତ

ବୌଦ୍ଧ,୧୫ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଠାରେ ଜିଲାସ୍ତରୀୟ ମଧୁମେହ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଏଏନଏମ ଟ୍ରେନିଂ ସେଣ୍ଟର ଠାରେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏକ ଆଲୋଚନା ସଭାରେ ମୁଖ୍ୟଅତିଥି ଭାବରେ ଜିଲାପାଳ ମଧୁସୁଦନ ମିଶ୍ର ଯୋଗଦେଇ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ଚାଲିଥିବାବେଳେ ସତର୍କତା ଅବଲମ୍ବନ ସହ ଶାରିରୀକ ବ୍ୟାୟାମ ଓ ଖାଦ୍ୟପେୟରେ ନିୟନ୍ତ୍ରଣ କଲେ ଏଥିରୁ ମୁକ୍ତି ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଦାନନ୍ଦ ମିଶ୍ର,ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାମଚନ୍ଦ୍ର ରାଉତ,ଡା. ଅନୀତା ପଟ୍ଟନାୟକ,ଡା.ସୁଜାତା ମିଶ୍ର,ଡିପିଏମ ସଂଜିବ କୁମାର ପଣ୍ଡା ଓ ଏନଏନଏମ ସେଣ୍ଟର ର ଅଧ୍ୟକ୍ଷା ରୀତାଞଳୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ମଧୁମେହ ର କାରଣ ଓ ନିରାକରଣ ଉପରେ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଶେଷରେ ଉପସ୍ଥିତ ଏଏନଏମ ଛାତ୍ରୀଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *