ବୌଦ୍ଧରେ ଭୁତପୂର୍ବ ସୈନିକ ସଂଘର ପତାକା ଦିବସ ପାଳନ

ବୈାଦ୍ଧ,୦୮ା୧୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଭୁତପୁର୍ବ ସୈନିକ ସଂଘ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷ ଠାରେ ଝଣ୍ଡା ଦିବସ ପାଳିତ ହୋଇଯାଇଛି । ସଂଘର ପୁର୍ବତନ ସଭାପତି ଶଶୀକାନ୍ତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ସଂଘର ସଭାପତି ବିଷ୍ନୁଚରଣ ମହାକୁଳଙ୍କ ଅଧକ୍ଷତାରେ ଏକ ବୈଠକ ହେବା ସହ ସଂପାଦକ ରଞିତ ଅମାତ ବାଷିକ ବୀବରଣୀ ପାଠ କରିଥିଲେ । ସଂଘର ଉପଦେଷ୍ଟା ସୁବେଦାର ଲଳିତ ମୋହନ ସାହୁ ସଂଘର ଉନ୍ନତି ନିମନ୍ତେ ଏକଜୁଟ ହୋଇ କାମ କରିବାକୁ ନିବେଦନ କରିଥିଲେ । ଏହି ଦିବସରେ ପୁର୍ବ ସୈନିକ ସରୋଜ କୁମାର ଭଞ, ରମାକାନ୍ତ ଚାନ୍ଦ, ବିଷ୍ନୁଚରଣ ବିଶ୍ୱାଳ, ରାଜୀବ ପଣ୍ଡା , ପ୍ରବିଣ କୁମାର ମଲିକଙ୍କ ସମେତ ସମସ୍ତ ପୁର୍ବ ସୈନିକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *