ଜିଲ୍ଲା ପରିକ୍ରମା

ବୌଦ୍ଧରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ବୌଦ୍ଧ,୧୦ା୦୫(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଠାରେ ଜିଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ତଥା ଜିଲାପାଳ ମଧୁସୁଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଟାଉନହଲ ଗୁରୁ ଭିକାରୀ ନାୟକ କଳାମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ଜିଲାର ଗରିବ ଓ ନିରାଶ୍ରୟ ଲୋକଙ୍କ ପାଇଁ ରେଡକ୍ରସ ପାଣ୍ଠିର ଉପଯୋଗୀତା ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲାପାଳ ଶ୍ର୍ରୀମିଶ୍ର ଜିଲାରେ ରେଡକ୍ରସ ପାଣ୍ଠି ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଅଧିକ ରୁ ଅଧିକ ସଂଖ୍ୟାରେ ଲୋକ ରେଡକ୍ରସର ଆଜୀବନ ସଦସ୍ୟ ହେବାକୁ ଆହ୍ୱାନ ଜଣାଇଥିଲେ । ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଡ଼୍ରାଇଭର ଭାବେ ଚାକିରୀ ଆରମ୍ବ କରି କ୍ୟାସିୟର ଭାବରେ ଅବସର ଗ୍ରହଣ କରିବାପରେ ନିଜର ଶେଷ ମାସର ଦରମା( ୫୦,୦୦୦ ଟଙ୍କା) କୁ ଜିଲା ରେଡକ୍ରସ ପାଣ୍ଠିକୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବାରୁ ବୌଦ୍ଧ ବଗିଚାସାହିର ପ୍ରଦୋଷ କୁମାର ମିଶ୍ରଙ୍କୁ ଏହି ଅବସରରେ ଜିଲା ରେଡକ୍ରସ ସୋସାଇଟି ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଉପଜିଳାପାଳ ଏନସି ଜ୍ୟୋତିରଂଜନ ନାଏକ,ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଦିକୀକା ଦତରାୟ,ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ ଓ ଜିଲା ରେଡକ୍ରସ ସୋସାଇଟିର ଉପାଧ୍ୟକ୍ଷ ଦେବେନ୍ଦ୍ର ନାଥ ଗୁରୁ ପ୍ରମୁଖ ଯୋଗଦେଇ ଜିଲାରେ ରେଡକ୍ରସ ପାଣ୍ଠିର ବୃଦ୍ଧି ପାଇଁ ବଭିନ୍ନ ପ୍ରସ୍ତାବ ଦେଇଥିଲେ । ରେଡକ୍ରସ ପାଇଁ ସର୍ବାଧିକ ପାଣ୍ଠି ସଂଗ୍ରହ କରିଥିବା ଜିଲା ସବରେଜିଷ୍ଟାର କାର୍ଯ୍ୟାଳୟ,ଜିଲା ରାଜସ୍ୱ କାର୍ଯ୍ୟାଳୟ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ରେଡକ୍ରସ ସୋସାଇଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସକାଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବୌଦ୍ଧ ଅତିଥି ଭବନ ସମ୍ମୁଖରୁ ବାହାରି ସହର ପରିକ୍ରମା କରିବା ପରେ ଟାଉନହଲ ଠାରେ ପହଂଚିଥିଲା । କାର୍ଯ୍ୟକ୍ରମ ଶେଷରେ ବିଶ୍ୱ ରେଡକ୍ରସ ଦିବସ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଜିଲା ରେଡକ୍ରସ ସୋସାଇଟିର ସଂପାଦକ ତଥା ଜିଲା ଜରୁରୀକାଳୀନ ଅଧିକାରୀ ସୋନା ଟୁଡୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top