ବୌଦ୍ଧରେ ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ,ଛାତ୍ରଛାତ୍ରୀଙ୍କ ସହ ଜିଲାପାଳ ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାଷଣ

ବୌଦ୍ଧ,୧୫ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧରେ ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୌରୀ ଶଙ୍କର ପବ୍ଲିକ ସ୍କୁଲ ଠାରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାମଚନ୍ଦ୍ର ରାଉତ ଯୋଗଦେଇ ଶିଶୁମାନେ ଦେଶର ଭବିଷ୍ୟତ ଛାତ୍ର ଜୀବନରୁହିଁ ସେମାନେ ନିଜ ଜୀବନର ଲକ୍ଷ ସ୍ଥିର କରିନେବା ଉଚିତ ବୋଲି ଗଳ୍ପ ଛଳରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମାନମୟୀ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସ୍ୱକ୍ତଭାରତ କାର୍ଯ୍ୟକ୍ରମରେ ଡକୁମେଣ୍ଟାରୀ ଚଳଚିତ୍ରରେ ଅଭିନୟ କରି ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇ ଓଡ଼ିଶା ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଥିବା ଚତୁର୍ଥଣ୍ରେଣୀ ଛାତ୍ରୀ ସିଦ୍ଧି ସ୍ୱଂୟଗିତା ସେଠୀଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ମାନେ ନିଜର ଜିନିଷ ପତ୍ର ଯନôରେ ରଖି ପରିବାର ମଧ୍ୟରେ ସଫାସୁତୁରା ରଖିବା ସହିତ ମା ଙ୍କ ବୋଝ କମାଇବାକୁ ସୁଶ୍ରୀ ସେଠୀ ଅନ୍ୟ ଛାତ୍ରଛାତ୍ରୀଙ୍କୁ ବାର୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତାରେଣୀ ମହାପାତ୍ର ଓ ସଂପାଦକ ଧୂରୀଣ କୁମାର ଦେହୁରୀ ପ୍ରମୁଖ ଯୋଗଦେଇଥିଲେ । ସେହିପରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ଷ୍ଟେଟବ୍ରିଗେଡ ସ୍କୁଲ ସମେତ ସମସ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଇଣ୍ଡୋର ଷ୍ଟେଡିୟମ ଠାରେ ଆୟୋଜିତ ଏହି ସମାବେଶରେ ଛାତ୍ରଛାତ୍ରୀଙ୍କ ସହିତ ଜିଲାପାଳ ମଧୁସୁଦନ ମିଶ୍ର,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପଷ୍ଠଳୂ ନିଦେ୍ର୍ଦଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସଦାନନ୍ଦ ମିଶ୍ର,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶିଶିର କୁମାର ସାହୁ ପ୍ରମୁଖ ସାମିଲ ହୋଇ ରାଜ୍ୟର କୁନି କୁନି ଶିଶୁଙ୍କ ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାଷଣ ପ୍ରୋଜେକ୍ଟର ମାଧ୍ୟମରେ ଦେଖିଥିଲେ ।

Leave a Reply

Your email address will not be published. Required fields are marked *