ବୌଦ୍ଧରେ ପେନସନ , ସାଧାରଣ ଅଭିଯୋଗର ସମୀକ୍ଷା ବୈଠକ

ବୌଦ୍ଧ,୦୫ା୦୯ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲାରେ ପେନସନ ଓ ସାଧାରଣ ଅଭିଯୋଗ ଉପରେ ଏକ ସମୀକ୍ଷା ବୈଠକ ଜିଲା ସର୍ବଶିକ୍ଷା ଅଭିଯାନ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱତନ୍ତ୍ର ସଚିବ ତଥା ସାଧାରଣ ପ୍ରଶାସକ ତଥା ସାଧାରଣ ଅଭିଯୋଗ ନିଦେ୍ର୍ଦଶକ ଡି,ପି,ଦାସଙ୍କ ଅଧକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସାଧାରଣ ଲୋକମାନଙ୍କର ଅଭିଯୋଗ କିପରି କମ ସମୟରେ ତୁରନ୍ତ ସମାଧାନ ହୋଇପାରିବ ଏହା ଉପରେ ସଚିବ ଶ୍ରୀ ଦାସ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ବୈଠକରେ ପ୍ରତ୍ୟେକ ଗା୍ରମପଂଚାୟତର ମୁଖ୍ୟାଳୟରେ ଅଭିଯୋଗ ବାକ୍ସ ରଖିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଜିଲା ସ୍ତରର ମୁଖ୍ୟ କାର୍ଯ୍ୟାଳୟରେ ହେଲ୍ପ ଡେକ୍ସ ଖୋଲି ପେନସନ ଦରଖାସ୍ତକାରୀଙ୍କୁ ସହଯୋଗ କରିବାକୁ ଗୁରୁତ୍ୱ ଆରୋପ କରିଥିଲେ । ଅଭିଯୋଗ କାରୀଙ୍କ ଅଭିଯୋଗ ଗୁଡିକ କିପରି ତତକାଳ ସମାଧାନ ହୋଇପାରିବ ସେଥିପ୍ରତି ଜିଲାପାଳ ଗୁରୁତ୍ୱ ଦେବେ ବୋଲି ମଧ୍ୟ ଶ୍ରୀ ଦାସ ପ୍ରକାଶ କରିଥିଲେ । ସରକାରଙ୍କ ସୁଶାସନ କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ହେବ ତା ଉପରେ ମଧ୍ୟ ଗୁରୁତ୍ୱ ଦେବାପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଳପାଳ ତରଣୀସେନ ନାଏକ, ଉପଜିଲପାଳ ଏନସି ଜ୍ୟୋତିରଂଜନ ନାଏକ ଓ ଜିଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥି୍ତ ରହିଥିଲେ ।

Leave a Reply

Your email address will not be published. Required fields are marked *