ବୌଦ୍ଧରେ ନିରାପଦ ମାତୃତ୍ୱ ଦିବସ ପାଳିତ

ବୌଦ୍ଧ, ୧୩ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଜିଲ୍ଲା ମୁଖ୍ୟ ଚିକିସôାଳୟର ଜାତୀୟ ସ୍ୱାସ୍ଥ୍ୟ ମିଶନ ତାଲିମ୍ କେନ୍ଦ୍ରଠାରେ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର ବୌଦ୍ଧଜିଲ୍ଲାରେ ଗତ ତିନିବର୍ଷ ମଧ୍ୟରେ ମାତୃ ସ୍ୱାସ୍ଥ୍ୟ ଓ ମାତୃ ମୃତ୍ୟୁ ହାରର ସ୍ଥିତି ସଂପର୍କରେ ସୂଚନା ପ୍ରଦାନକରିଥିଲେ । ବୈ÷ଠକରେ ଆନୁଷ୍ଠାନିକ ପ୍ରସବ, ସହଳ ଗର୍ଭ ପଞ୍ଜିକରଣ, ରକ୍ତହୀନତା ନିୟନ୍ତ୍ରଣ, ଗର୍ଭାବସ୍ଥା ଓ ପ୍ରସୂତୀକାଳୀନ ଯତ୍ନ, ବିପଦ ସଂକୁଳ ମା’ଙ୍କ ତୁରନ୍ତ ଚିକିତ୍ସା, ମାତୃ ମୃତ୍ୟୁହାର ରୋକିବାପାଇଁ ବିଭିନ୍ନ ଉପାୟମାନ ବିଷୟରେ ବକ୍ତାମାନେ ଆଲୋଚନା କରିଥିଲେ । ଜିଲ୍ଲାରେ ଗତ ଦୁଇବର୍ଷ ମଧ୍ୟରେ ମାତୃ ମୃତ୍ୟୁହାର ପଚାଶଭାଗ ହ୍ରାସ ପାଇଛିି ଓ ଗୁଣାତ୍ମକ ମାତୃ ସ୍ୱାସ୍ଥ୍ୟ ପ୍ରଦାନ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡା. ଦୀପିକା ଦତରାୟ ପ୍ରକାଶ କରିଥିଲେ । ନିରାପଦ ମାତୃତ୍ୱ ଦିବସ ଉପଲକ୍ଷେ ଆୟୋଜିତ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏ ଅବସରରେ ପୁରସ୍କୃତ କରାଯାଇଥିଲା । ପରେପରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଡିଏମ୍ଓ ପରିବାର କଲ୍ୟାଣ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ମେଡିକାଲ୍ ସୁପରିନଟେଣ୍ଡେଟ୍ ଡା. ଗୌରପ୍ରସାଦ ମିଶ୍ର, ବରିଷ୍ଠ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଋଜ୍ଞ ଡା. ମକରନ୍ଦ ବେଉରା, ଡିପିଏମ୍ ମନୋରଂଜନ ସାହୁ, ଜିଲ୍ଲାର ବହୁ ଆଶାକର୍ମୀ, ଅଙ୍ଗନଓାଡି କର୍ମୀ, ଗର୍ଭବତୀ, ପ୍ରସୂତୀ ମାଆ, ଏ. ଏନ୍. ଏମ୍. ଟ୍ରେନିଂ ସ୍କୁଲର ଛାତ୍ରୀ ତଥା ଅନ୍ୟାନ୍ୟ ବିଭାଗର ବହୁ କର୍ମକର୍ତା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁନିଲ୍ କୁମାର ନାୟକ ଓ ଆଶା ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ସାହୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *