ଜିଲ୍ଲା ପରିକ୍ରମା

ବୌଦ୍ଧରେ ନିଯୁକ୍ତି ମେଳା ଅନୁଷ୍ଠିତ: ୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ବୌଦ୍ଧ, ୨୬ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ଓଡ଼ିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ଓ ଜିଲା ପ୍ରଶାସନ ସହଯୋଗରେ ବୌଦ୍ଧରେ ଜିଲାସ୍ତରୀୟ ନିଯୁକ୍ତି ମେଳା ୨୦୧୮ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଚେରୀ ପଡିଆ ଠାରେ ଆୟୋଜିତ ଏହି ମେଳାକୁ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲାପାଳ ତରଣୀସେନ ନାଏକ ଓ ସମ୍ମାନିତ ଅତିଥି ଭାବରେ ଉପଜିଲାପାଳ ଏନ ସି ଜ୍ୟୋତିରଂଜନ ନାଏକ ଯୋଗଦେଇ ଉଦଘାଟନ କରିଥିଲେ। ଏହି ମେଳାରେ ୨୦ ଗୋଟି କମ୍ପାନୀ ଯୋଗଦେଇ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ପରାମର୍ଶ ଦେବା ସହିତ ୧୦୧ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ମେଳାରେ ଅଂଶଗ୍ରହଣ କରିଥିବା କମ୍ପାନୀ ମଧ୍ୟରୁ ୧୧ ଟି କମ୍ପାନୀ ୩୮୦ ଜଣ ବେକାର ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ପାଇଁ ସୁପାରିଶ କରିଥିବାବେଳେ ୯ ଗୋଟି କମ୍ପାନୀ ପୂର୍ବରୁ ଟ୍ରେନିଙ୍ଗ ନେଇଥିବା ୧୦୧ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ନିଯୁକ୍ତି ମେଳାରେ ଜିଲାର ୪୮୧ ଜଣ ବେକାର ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଏହି ମେଳା କଂଟାମାଳ ଓ ଚାରିଛକ ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ବୋଲି ଜିଲା ନିୟୋଜନ ଅଧିକାରୀ ସୁରାଇ ଚନ୍ଦ୍ର ହେମ୍ବ୍ରମ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top