ବୌଦ୍ଧରେ ଜେସିଆଇ ଶାଖା ପ୍ରତିଷ୍ଠା

ବୌଦ୍ଧ,୨୧ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧରେ ରୋଟାରୀ କ୍ଲବ ପରେ ଅନ୍ୟ ଏକ ଆନ୍ତର୍ଜାତିକ ସେବା ସଂସ୍ଥା ଜୁନିଅର ଚେମ୍ବର ଅଫ ଇଂଟରନେସନାଲ (ଜେସିଆଇ)ର ଶାଖା ଖୋଲାଯାଇଛି । ୪୦ବର୍ଷରୁ କମ୍ ଯୁବକମାନଙ୍କୁ ନେଇ ଗଠିତ ଏହି ସେବା ସଂସ୍ଥାର ପ୍ରଥମ ସଭାପତି ଭାବରେ ଯୁବ ଆଇନଜିବୀ ପ୍ରିତମ ମିଶ୍ର (କପିଲ)ଙ୍କୁ ମନୋନୀତ କରାଯାଇଥିବାବେଳେ ସଂପାଦକ ଭାବରେ କେତନ କୁମାର ଅଗ୍ରୱାଲା,କୋଷାଧ୍ୟକ୍ଷ ରୋହିତ ଅଗ୍ରୱାଲା ଓ ପ୍ରୋଗ୍ରାମ ଡାଇରେକ୍ଟର ଭାବରେ ଅଙ୍କିତ ଅଗ୍ରୱଲାଙ୍କୁ ମନୋନୀତ କରାଯାଇଛି । ଏହି ସେବା ସଂସ୍ଥାର ପ୍ରତିଷ୍ଠା ଓ ନୂତନ କର୍ମକର୍ତାଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜେସିଆଇ ହରିଶ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବରେ ଜୋନ ସଭାପତି ଆଶିଷ ଜିଚ୍କର୍ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଜୋନ ଡାଇରେକ୍ଟର ରାଜେଶ ସରାଫ ଓ ଜୋନ ଉପସଭାପତି ସୁବୋଧ ନାୟକ ଯୋଗଦେଇଥିଲେ । ଅନଗୁଳ ଶାଖା ସଭାପତି ଆଶିଷ ଅଗ୍ରୱାଲା,ସଂପାଦକ ଦୀନେଶ ଅଗ୍ରୱାଲ ଏହି ପ୍ରତିଷ୍ଠା ଦିବସରେ ଯୋଗ ଦେଇ ନୂତନ ଶାଖାର କର୍ମକର୍ତା ଓ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବରେ ରୋହିତ କୁମାର ଅଗ୍ରୱାଲା ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହି ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମେକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧଶାଖାର ସଦସ୍ୟ ମୋହିତ ଅଗ୍ରୱଲା,ପୱନ ଅଗ୍ରୱଲା,ଅଜିତ ସ୍ୱାଇଁ, ସନ୍ତୋଷ ପାତ୍ର,ରତନ ସୁବୁଦ୍ଧି,ସୁନ୍ଦର ପ୍ରକାଶ,ବଟକୁଷ୍ଣ ଅଗ୍ରୱାଲା ଓ ସୁରଜ ଅଗ୍ରୱାଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କେତନ ଅଗ୍ରୱାଲା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *