ଜିଲ୍ଲା ପରିକ୍ରମା

ବୌଦ୍ଧରେ ଜିଲାସ୍ତରୀୟ ସମବାୟ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ, ୧୩ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସାରା ରାଜ୍ୟରେ ସମବାୟ ସଚେତନତା କାର୍ଯ୍ୟକ୍ରମ ଗତ ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଜିଲା ସ୍ତରୀୟ ସମବାୟ ସଚେତନାତା କାର୍ଯ୍ୟକ୍ରମ ଭୀକାରୀ କଳା ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି। ବ୍ୟାଙ୍କ ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଚସ୍ପତି ପ୍ରଦୀପ କୁମାର ଅମାତ, ମୁଖ୍ୟ ବକ୍ତା ଭାବେ କଣ୍ଟମାଳ ବିଧାୟକ ମହୀଧର ରଣା, ସମ୍ମାନୀତ ଅତିଥି ଭାବେ ଜିଲାପାଳ ମଧୁସୁଦନ ମିଶ୍ର, ଅତିରିକ୍ତ ଶାସନ ସଚିବ ସମବାୟ ବିଭାଗ ଓଡିଶା ଭରତ ଚନ୍ଦ୍ର ବେହେରା, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ଉପ ନିବନ୍ଧକ ପ୍ରମୋଦ କୁମାର ସାହୁ ଓ ଜିଲା ଉଦ୍ୟାନ ଅଧିକାରୀ ସୁର୍ଯ୍ୟମଣୀ ମହାରଣା ଯୋଗ ଦେଇଥିଲେ। ରାଜ୍ୟ ସରକାର ସମବାୟ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଚାଷୀମାନଙ୍କୁ ସଚେତନ କରିବା ଏହାର ମୁଳ ଳକ୍ଷ୍ୟ ଅଟେ। ବର୍ତ୍ତମାନ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ ବହୁ ଯୋଜନା କରିଥିବା ବେଳେ ସମବାୟ ବ୍ୟାଙ୍କ ଜରିଆରେ ଯୋଗାଇ ଦିଆଯାଉଥିବା ଯୋଜନା ଗୁଡିକ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ। ଜିଲା ଉଦ୍ୟାନ ଅଧିକାରୀ ଶ୍ରୀ ମହାରଣା ଜିଲାରେ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ସ୍ୱାବଳମ୍ବି କରିବା ପାଇଁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଏହା ସହ ଜିଲାରେ ୨୦୧୮-୧୯ ବେଳକୁ ଏକ କୋଲଡଷ୍ଟୋର ନିର୍ମାଣ କରିବା ପାଇଁ ଯୋଜନା କରାଯାଉଥିବା ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଜିଲାପାଳ ଶ୍ରୀମିଶ୍ର ଜିଲାରେ ୪୨ ଗୋଟି ପେକ୍ସ କାର୍ଯ୍ୟ କରୁଥିବା ବେଳେ ଏଗୁଡିକ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଥିବା ସହ ଚାଷୀ ଯେପରି ପେକ୍ସ ମାଧ୍ୟମରେ ଧାନ ବିକ୍ରି କରିପାରିବ ସେଥି ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ରାଜ୍ୟ ସରକାର ୨୦୨୨ ସୁଧା ଚାଷୀଙ୍କ ଆୟ ଯେପରି ୨ଗୁଣା ହୋଇପାରିବ ସେଥିପ୍ରତି ସମସ୍ତ ପଦକ୍ଷେପ ନିଆଯାଉଥିବା ଜିଲାପାଳ ଶୀ୍ର ମିଶ୍ର ପ୍ରକାଶ କରିଥିଲେ। ଆହୁରୀ ମଧ୍ୟ ଚାଷୀଙ୍କୁ ଅଣଧାନ ଚାଷ କରିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୌଦ୍ଧ, କନ୍ଧମାଳ ଓ ବାଲିଗୁଡା ସର୍କଲର ସମସ୍ତ ସମବାୟର କର୍ମକର୍ତ୍ତା ଓ ଜିଲାର ଚାଷୀ ମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top