ବୌଦ୍ଧରେ ଜିଲାସ୍ତରୀୟ ଯୁବ ଉତ୍ସବ ଉଦଘାଟିତ

ବୌଦ୍ଧ, ୨୧ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ରାଜ୍ୟ କ୍ରୀଡା ଓ ଯୁବ ବିକାଶ ବିଭାଗ ଏବଂ ଜିଲା ପ୍ରଶାସନ ଆନୁକୂଲ୍ୟରେ ବୌଦ୍ଧଠାରେ ଜିଲାସ୍ତରୀୟ ଯୁବ ଉତ୍ସବ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ଠାରେ ଥିବା ଭୀକାରୀ କଳା ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟଅତିଥି ଭାବରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଯୋଗ ଦେଇ ଉଦଘାଟନ କରିବା ସହ ଦେଶର ଭବିଷ୍ୟତ ଯୁବ ପିଢ଼ି ଉପରେ ଦେଶ ଭବିଷ୍ୟତ ନିର୍ଭର କରେ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲାପାଳ ମଧୁସୁଦନ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦ ସବୁବେଳେ ଯୁବ ଶକ୍ତିର ବିକାଶ ଚାହୁଁଥିଲେ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଯୁବ ଉସôବ ଦ୍ୱାରା ଗା୍ରମଞ୍ଚଳରେ ଲୁକ୍କାୟିତ ଭାବେ ରହି ଯାଉଥିବା ଯୁବକ ମାନଙ୍କର କଳାର ବିକାଶ ହୋଇପାରିବ । ପୁରୁଣାକଟକ ଭୈରବୀ ମହାବିଦ୍ୟାଳୟର ରାଜନିତୀ ବିଜ୍ଞାନ ଅଧ୍ୟାପକ ରମେଶ ରଂଜନ ତାରେଣୀ ଏହି ଯୁବ ଉସôବରେ ସଭାପତିତ୍ୱ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ସୁଚନା ଲୋକ ସଂପର୍କ ଅଧିକାରୀ ଶିଶିର ସାହୁ ଓ ଜିଲା କ୍ରୀଡା ଅଧିକାରୀ ପବି୍ରତ ମୋହନ ରାଉତ ଯୋଗଦେଇଥିଲେ । ଦୁଇଦିନ ଧରି ହେବାକୁଥିବା ଏହି ଯୁବ ଉତ୍ସବର ପ୍ରଥମ ଦିବସରେ ତବଲା,ମୃଦଙ୍ଗ,ଢୋଲ,ହାରମୋନିୟମ ଆଦି ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *