ଜିଲ୍ଲା ପରିକ୍ରମା

ବୌଦ୍ଧରେ ଜିଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ

ବୈାଦ୍ଧ, ୨୨ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ବନଖଣ୍ଡ ପକ୍ଷରୁ ଜିଲାସ୍ତରୀୟ ବିଶ୍ୱ ବନଦିବସ କର୍ମଚାରି ଭବନ ପରିସରରେ ପାଳିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଯୋଶୋବନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟଅତିଥି ଭାବରେ ଜିଲାପାଳ ମଧୁସୁଦନ ମିଶ୍ର, ସମ୍ମାନୀତ ଅତିଥି ଭାବେ ଏନଏସି ଅଧକ୍ଷ୍ୟା ଦିପ୍ତିପ୍ରଭା ସ୍ୱାଇଁ, ଜିଲାମଙ୍ଗଳ ଅଧିକାରୀ କୈଳାସ ଚନ୍ଦ୍ର ଦାସ, ସହକାରୀ ବନ ସଂରକ୍ଷକ ଦିଲିପ ସିଂ ଓ ପତିତପାବନ ତ୍ରିପାଠୀ, ଅଧ୍ୟାପକ ପ୍ରବୀର ଦାସ, ସ୍ୱରାଜ କହଁର ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ବନ ସଂରକ୍ଷକ ଭୈରବ ଚନ୍ଦ୍ର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବୌଦ୍ଧ ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ ଜିଲାରେ ପରିବେଶର ସୁରକ୍ଷା ପାଇଁ ନୂତନ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବାକୁ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ଅତିଥି ଜିଲାପାଳ ଶ୍ରୀ ମିଶ୍ର ଜଙ୍ଗଲର ସୁରକ୍ଷା ଦ୍ୱାରା ତାପମାତ୍ରା ନିୟନ୍ତ୍ରଣ, ପରିବେଶର ସୁରକ୍ଷା, ପ୍ରଦୁଷଣ ମୁକ୍ତ, ଜଳ ସ୍ତରର ସୁୂରକ୍ଷା ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଯେତେ ଜଙ୍ଗଲ ସୃଷ୍ଟି କରାଗଲେ ମଧ୍ୟ ପା୍ରକୃତିକ ଜଙ୍ଗଲର ବିକଳ୍ପ ନାହି ବୋଲି କହିବା ସହ ବଳକା ଜଙ୍ଗଳର ସୁରକ୍ଷା ନିତ୍ୟାନ୍ତ ଜରୁରୀ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଙ୍ଗିତ ପରିବେଷଣ କରିଥିଲେ । ଏହି ଅବସରରେ କଣ୍ଟମାଳ ବ୍ଳକ ବାଲିଝୁରୀ ପ୍ରାଥମିକ ବିଦ୍ୟାଳୟକୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ମାନପତ୍ର ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସକାଳେ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା । ଏହି ଦିବସ ପାଳନରେ ସମସ୍ତ ବନ କର୍ମଚାରୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top