ଜିଲ୍ଲା ପରିକ୍ରମା

ବୌଦ୍ଧରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଜିଲାର ବୈଦ୍ୟଙ୍କୁ ଅଣଦେଖା ନେଇ ଅଭିଯୋଗ

ବୌଦ୍ଧ, ୧୨ା୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ପରେଡ ପଡିଆଠାରେ ବୌଦ୍ଧ ବନଖଣ୍ଡ ପକ୍ଷରୁ ଗତ ୮ ତାରିଖ ଠାରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଆରମ୍ଭ ଯାଇଛି। କିନ୍ତୁ ଏହି ମେଳାରେ ରାଜ୍ୟର ବିଭିନ୍ନ ଜିଳାରୁ ୫୦ରୁ ଅଧିକ ବୈଦ୍ୟ ଯୋଗ ଦେଇଥିବା ବେଳେ ଜିଲାର ବୈଦ୍ୟମାନଙ୍କୁ ଅଣଦେଖା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଜିଲା ବୈଦ୍ୟ ସଂଘର ସଭାପତି କପିଳେଶ୍ୱର ପ୍ରଧାନଙ୍କ ଅଭିଯୋଗ ଅନୂଯାୟୀ ବନ ବିଭାଗର ଏହା ଏକ ଉଚିତ ପଦକ୍ଷେପ କିନ୍ତୁ ଆମ ଜିଲାର ୧୦୦ରୁ ଅଧିକ ବୈଦ୍ୟ ଥାଇ ସୁଧା କାହାକୁ ଡକାଯାଇନଥିବା ଅଭିଯୋଗ କରିଛନ୍ତି। ଏହାସହ ପ୍ରଚାର ପ୍ରସାର କେବଳ ସହରରେ କରାଯାଉଥିବା ବେଳେ ଗା୍ରମଞ୍ଚଳରେ କିଛି ପ୍ରଚାର କରାଯାଇନାହି। ଫଳରେ ଏହି ମେଳାର ମହତ୍ୱ ଲୋକ ଜାଣିପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହା ମେଳାରେ ବଡ ବଡ ବୈଦ୍ୟ ମାନଙ୍କୁ ନେଇ ସଭା ଓ ତର୍କ କରାଯିବା ଦରକାର ବୋଲି ସଭାପତି ଶ୍ରୀ ପ୍ରଧାନ କହିଥିଲେ। ଏହି ମେଳା ଏନଜିଓ ଦ୍ୱାରା କରାଯାଉଥିବା ନେଇ ଶ୍ରୀ ପ୍ରଧାନ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏ ସଂର୍ପକରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯୋଶୋବନ୍ତ ସେଠୀଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ମାନେ ଏଠାରେ ଅଂଶଗ୍ରହଣ କରିବେ ଗୋଟିଏ ଷ୍ଟଲ ପିଛା ୨୦୦୦ ଟଙ୍କା ଦେବାକୁ ପଡିଥାଏ ଆମ ଜିଲାର ବୈଦ୍ୟ ମାନେ ପଇସା ଦେଇ ଷ୍ଟଲ ନେବାକୁ ରାଜି ହୋଇନଥିଲେ କିନ୍ତୁ ସମସ୍ତଙ୍କୁ ଡକାଯାଇଥିବା ପ୍ରକାଶ କରିଥିଲେ। ତୁରନ୍ତ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top