ବୌଦ୍ଧରେ ଆଇନ ପ୍ରାଧିକରଣ ପକ୍ଷରୁ ମାସିକ ଲୋକ ଅଦାଲତ

ବୌଦ୍ଧ,୧୨ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଆଇନ ପ୍ରାଧିକରଣ ପକ୍ଷରୁ ଏକ ମାସିକ ଲୋକ ଅଦାଲତ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଦାଲତରେ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର, ଅତିରିକ୍ତ ଜିଲା ଦୌରାଜଜ ରୁପଶ୍ରୀ ଚୌଧୁରୀ, ସବଜଜ ଅଗସ୍ତି କୁମାର ସାହୁ, ସିଜେଏମ ପ୍ରଦୀପ୍ତ କୁମାର ସାହୁ, ରେଜିଷ୍ଟା୍ରର ଦେବାଶିଷ ମହାନ୍ତି , ଏସଡିଜେଏମ ସୁର୍ଯ୍ୟ ମିଶ୍ର ଯୋଗ ଦେଇ ମାମଲା ଗୁଡିକର ଫଇସଲା କରିଥିଲେ । ଲୋକ ଅଦାଲତରେ ଗୋଟିଏ ଦେୱାନି ମାମଲା ଫଇସଲା ହେବା ସହ ୪୧ ଗୋଟି ଫୌଜଦାରୀ ମାମଲାର ବିଚାର ହୋଇଥିଲା । ଫଇସଲା ବାବଦକୁ ୯୬୮୦ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ଏହି ଅଦାଲତରେ ଆଇନଜୀବୀ ସୋମେଶ ବିଶ୍ୱାଳ, ଜାମିନୀ ମୁଖିଙ୍କ ସମେତ ବହୁ ଆଇନଜୀବୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *