ଓଡ଼ିଶା

ବୌଦ୍ଧରେ ଆଂଚଳିକ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ, ଆୟୁର୍ବେଦକୁ ବ୍ୟବସାୟୀକ ରୂପ ଦେବାକୁ ଗୁରୁତ୍ୱ

ବୌଦ୍ଧ,୦୯ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ପରେଡ ପଡିଆଠାରେ ବୌଦ୍ଧ ବନଖଣ୍ଡ ପକ୍ଷରୁ ୪ ଦିନିଆଁ ଆଂଚଳିକ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବାଚସ୍ପତି ପ୍ରଦିପ କୁମାର ଅମାତ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି ମେଳାକୁ ଉଦଘାଟନ କରିଥିବାବେଳେ ସ୍ୱତନ୍ତ୍ର ଅତିଥି ଭାବରେ ଇସ୍ପାତ,ଖଣି ଓ ଶକ୍ତି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ହର୍ବାଲ ମେଳା ଆୟୋଜନ ଦ୍ୱାରା ଆମଦେଶର ପୁରାତନ ଚିକିତ୍ସା ଶାସ୍ତ୍ର ପ୍ରଚାର ପ୍ରସାର ହୋଇପାରିବ ବୋଲି ପ୍ରକାଶ କରିଥିଲେ । ତେବେ ସାଧାରଣଲୋକଙ୍କ ମଧ୍ୟରେ ଚାହିଦା ରହିଥିଲେ ମଧ୍ୟ ବିଜ୍ଞାନ ଯୁଗରେ ପ୍ରାଧାନ୍ୟ ମିଳୁନଥିବା ଆୟୁର୍ବେଦକୁ ବ୍ୟବସାୟୀକ ରୂପ ଦିଆଯାଇପାରିଲେ ଆମଦେଶ ସମୃଦ୍ଧ ହୋଇପାରିବ ବୋଲି ଏହି ଅବସରରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ବୌଦ୍ଧଜିଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲାପାଳ ମଧୁସୁଦନ ମିଶ୍ର,ରାଜ୍ୟ େଓøଷଧୀୟ ବୃକ୍ଷ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ର,ବନ ବିଭାଗର ଅବସରପ୍ରାପ୍ତ ଅଧିକାରୀ ଅନିଲ ଦାଶ, ବନ ବିଭାଗର ଡେପୁଟି କଂଜରଭେଟର ହରମୋହନ ମାର୍ଥା ଓ ବୌଦ୍ଧ କେନ୍ଦ୍ରପତ୍ର ଡିଏଫଓ ଦିଲ୍ଲିପ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ହର୍ବାଲ ମେଳା ଆୟୋଜନର ଆବଶ୍ୟକତା ଉପରେ ମତ ରଖିଥିଲେ । ଏହି ଅବସରରେ ପାରମ୍ପରିକ ଚିକିତ୍ସା କରୁଥିବା ବୈଦ୍ୟମାନଙ୍କ ଆଲୋଚନାଚକ୍ର ଓ କର୍ମଶାଳା,କ୍ରେତା ଓ ବିକ୍ରେତା,ଆୟୁର୍ବେଦ ଚିକିତ୍ସକଙ୍କ କର୍ମଶାଳା,ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ପ୍ରଭୃତି କାର୍ଯ୍ୟକ୍ରମ ସହିତ ପ୍ରତିଦିନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top