ବୌଦ୍ଧରେ ଆଂଚଳିକ କଳିଙ୍ଗ ହର୍ବାଲ ମେଳା ଉଦଯାପିତ

ବୌଦ୍ଧ୫୧୩ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ପରେଡ ପଡିଆଠାରେ ବୌଦ୍ଧ ବନଖଣ୍ଡ ପକ୍ଷରୁ ୫ ଦିନ ଧରି ଚାଲିଥିବା ଆଞ୍ଚଳିକ କ କଳିଙ୍ଗ ହର୍ବାଲ ମେଳା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବାଚସ୍ପତି ପ୍ରଦିପ କୁମାର ଅମାତ ଯୋଗଦେଇଥିବା ବେଳେ ସମ୍ବାନୀତ ଅତିଥି ଭାବେ ଜିଲା ପରିଷଦ ଅଧକ୍ଷ୍ୟା ଜ୍ୟୋସ୍ନା ଭୋଇ, ଉପାଧ୍ୟକ୍ଷ ଅକ୍ରୁର ସେଠୀ, ଜିଲାପାଳ ମଧୁସୁଦନ ମିଶ୍ର, ବନଖଣ୍ଡ ଅଧିକାରୀ ଯୋଶୋବନ୍ତ ସେଠୀ ଓ ଏସିଫ ଦିଲିପ ସିଂ ଯୋଗ ଦେଇଥିଲେ। ଅତିଥି ଭାନେ ବର୍ତ୍ତମାନ ଯୁଗରେ ଲୋକମାନେ ତୁରନ୍ତ ରୋଗ ମୁକ୍ତ ପାଇଁ ଏଲୋପାଥିକକୁ ଆପଣାଉଥିବା ବେଳେ କିନ୍ତୁ ଆର୍ୟୁବେଦିକ ଚିକତ୍ସାର ଲୋକପ୍ରିୟତା କମି କମି ଯାଉଅଛି। ଆୟୁର୍ବେଦିକ ଚିକତ୍ସା ଉପରେ ପ୍ରାଧ୍ୟାନ୍ୟ ଦିଆଗଲେ ଦେଶ ଆଗକୁ ଯାଇପାରିବ ବୋଲି ମ୍ତ ବ୍ୟକ୍ତ କରିଥିଲେ। ମେଳାରେ ରାଜ୍ୟର ବିଭିନ୍ନ ଜିଳାରୁ ୫୦ରୁ ଅଧିକ ବୈଦ୍ୟ ଯୋଗ ଦେଇଥିଲେ। ଏହା ସହ ପାରମ୍ପରିକ ଚିକିତ୍ସା କରୁଥିବା ବୈଦ୍ୟମାନଙ୍କ ଆଲୋଚନାଚକ୍ର ଓ କର୍ମଶାଳା, କ୍ରେତା ଓ ବିକ୍ରେତା, ଆୟୁର୍ବେଦ ଚିକିତ୍ସକଙ୍କ କର୍ମଶାଳା, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ମେଳା ଦୀର୍ଘ ୪ ଦିନ ଧରି ଆୟୋଜିତ ହୋଇଥିବା ବେଳେ ସୋମବାର ଦିନ ଉଦଯାପିତ ହୋଇଅଛି।

Leave a Reply

Your email address will not be published. Required fields are marked *