ବୌଦ୍ଧଜିଲ୍ଲାରେ ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦାନ

ବୌଦ୍ଧ. ତା.୭.୬.୧୮. (ଓଡିଆ ପୁଅ/ ଦେବାଶିଷ ପୁରୋହିତ)- ସାମ୍ବାଦିକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ ହେବାପରେ ଆଜି ଅପରାହ୍ନରେ ସୂଚନା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ଅପରାହନ୍ ୬ଘ. ସମୟରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଯୋଗଦେଇ ପ୍ରଦାନ କରିଥିଲେ। ବୌଦ୍ଧଜିଲ୍ଲାରୁ ୬୧ଜଣ ସାମ୍ବାଦିକ ତାଲିକା ପ୍ରସ୍ତୁତ କରାଯାଇ ପଠାଯାଇଥରବା ବେଳେ ସେଥି ମଧ୍ୟରୁ ୪୧ଜଣ ସାମ୍ବାଦିକଙ୍କର ସ୍ୱାସ୍ଥ୍ୟବୀମା କାର୍ଡ ଆସିଥିବା ଜଣାପଡିଛି। ବାଦ୍ ପଡିଥିବା ସାମ୍ବାଦିକମାନଙ୍କ ତାଲିକା ପୁନର୍ବାର ପ୍ରସ୍ତୁତ କରି ପଠାଇବା ପାଇଁ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟମାନଙ୍କ କାର୍ଡ ଆସିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ସାମ୍ବାଦିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗତକାଲି ଘୋଷଣା ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକମାନଙ୍କ ପାଇଁ ସାମ୍ବାଦିକ ଭବନ ନିର୍ମାଣ ସହିତ ବାସଗୃହ ନିର୍ମାଣ କରିବା ପାଇଁ ଅତିଶୀଘ୍ର ପ୍ରସ୍ତୁତ କରାଯାଇ ସରକାରଙ୍କ ପାଖକୁ ପଠାଇବା ପାଇଁ ସୂଚନା ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ସାହୁଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାମ୍ବାଦିକମାନେ ଯୋଗଦେଇ ଜିବନ ବୀମା କାର୍ଢ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *