ଜିଲ୍ଲା ପରିକ୍ରମା

ବୌଦ୍ଧଜିଲା କୃଷି କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ, ୦୬/୧୦(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧଜିଲା କୃଷି (ଆତ୍ମା) କାର୍ଯ୍ୟକାରିଣୀ ମଣ୍ଡଳୀ ବୈଠକ ଜିଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷି ଭିତିକ ବୌଦ୍ଧଜିଲାରେ ଚାଷୀଙ୍କ ଉନ୍ନତି ପାଇଁ ସରକାରୀ ଅନୁଦାନର ବନିଯୋଗ କରି ଯୋଜନାର ସଫଳ କାର୍ଯ୍ୟକାରୀତା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ବୈଠକରେ ଜିଲା ଉପ କୃଷି ନିର୍ଦ୍ଦେଶକ ମନୋ ରଂଜନ ମଲ୍ଲିକ ପ୍ରାରମ୍ଭିକ ବକ୍ତବ୍ୟ ରଖିବା ସହିତ ଜିଲାରେ ଚାଷୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଆତ୍ମା ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଭାରତୀୟ କିଷାନ ସଂଘର ରାଜ୍ୟ ସଂପାଦକ ଜିଲାରେ ଆତ୍ମା ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଚାଷୀଙ୍କୁ ଠିକ୍ ଭାବରେ ସାର ଯୋଗାଇ ଦିଆଯାଉନଥିବାରୁ ଗରିବ ଚାଷୀମାନେ ଚଢା ଦରରେ କଳାବଜାରରୁ ସାର କିଣୁଥିବା ବୈଠକରେ ଅଭିଯୋଗ କରିଥିଲେ। ଚଳିତବର୍ଷ ଭଲ ବୃଷ୍ଟିପାତ ଯୋଗୁଁ ଗରିବ ଚାଷୀମାନେ ଅଧିକ ଅମଳ ପାଇଁ ଆଶାବାନ୍ଧି ରହିଥିବାବେଳେ କୀଟନାଶକ ପ୍ରୟୋଗ ସଂପର୍କରେ ସଚେତନତା ଅଭାବରୁ ଏବେ ଚକଡା, କାଣ୍ଡବିନ୍ଧା ଓ ପତ୍ରପୋଡା ପୋକ ଦାଉରୁ ଫସଲକୁ ରକ୍ଷା କରିବା ଚିନ୍ତାରେ ବିଚଳିତ ହୋଇପଡିଛନ୍ତି। ଅନେକ ଅଂଚଳରେ ଏହି ରୋଗରେ ସେମାନଙ୍କ ଫସଲ ନଷ୍ଟ ହେବାକୁ ବସିଥିବାବେଳେ ନିମ୍ନମାନର କୀଟନାଶକ ଯୋଗୁଁ ଫସଲ ରକ୍ଷା କରିବା ଅସମ୍ଭବ ହୋଇପଡୁଥିବା ଅଭିଯୋଗ ନେଇ ପ୍ରତ୍ୟେକଦିନ ଚାଷୀମାନେ ଜିଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ଆସୁଥିବା ଦେଖାଯାଉଛି। ତେଣୁ ବୈଠକରେ କୀଟନାଶକର ସଫଳ ପ୍ରୟୋଗ ଉପରେ ଗୁରୁତ୍ୱ ଦେବାକୁ ଜିଲାପାଳ ଶ୍ରୀରାଉତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। କୃଷି ବୈଜ୍ଞାନିକ, କୃଷି କର୍ମଚାରୀମାନେ ଗ୍ରାମଂଚଳରେ ସଚେତନତା ସଭା କରି ଚାଷୀମାନଙ୍କୁ କୀଟନାଶକର ସଫଳ ପ୍ରୟୋଗ କରି ଫସଲର ସୁରକ୍ଷା କରିବା ଉପରେ ତାଲିମ ପ୍ରଦାନ କରିବାକୁ ଜିଲାପାଳ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ଜିଲାରେ କୃଷିର ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ, ସାର କଳାବଜାର ରୋକିବା ପାଇଁ ଅଭିଯୋଗ ମିଳିବାମାତ୍ରେ ଚଢାଉ କରାଯିବା, ଚାଷୀକୁ ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ପ୍ରଦାନ ପାଇଁ ବଜାର ଯୋଗାଇଦେବା ଓ ଚାଷୀଙ୍କ ଦକ୍ଷତା ବୃଦ୍ଧି ଲାଗି ବିଭିନ୍ନ ରାଜ୍ୟର ସଫଳ ଚାଷ ପ୍ରଣାଳୀ ଉପରେ ଜ୍ଞାନ ଆହରଣ କରିବା ପାଇଁ ସରକାରୀ ଯୋଜନା ଅନୁଯାୟୀ ପରିଦର୍ଶନରେ ନେବାକୁ ଜିଲାପାଳ ଶ୍ରୀରାଉତ ପରାମର୍ଶ ଦେଇଥିଲେ। ଚାଷୀମାନଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର ଉପରେ ଦକ୍ଷ କରିବା ପାଇଁ ବିଭିନ୍ନ ସ୍ୱେଛାସେବୀ ସଂଗଠନ ସହାୟତାରେ ଯୋଗାଇ ଦିଆଯାଉଥିବା ଯନ୍ତ୍ରପାତି ଗୁଡିକର ଉପଯୋଗ ଓ ଏହି ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ବୈଠକ ସଂପର୍କରେ ସୂଚନା ଦିଆଯାଇଥିଲେ ମଧ୍ୟ ଅନେକ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହୁଥିବାରୁ ଜିଲାପାଳ ଶ୍ରୀରାଉତ ଅସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କ ତାଲିକା ପ୍ରସ୍ତୁତ କରି ଦରମା ବନ୍ଦ କରାଯିବାକୁ ବୈଠକରେ ଚେତବାନୀ ଦେଇଥିଲେ। ବୈଠକରେ ଅନ୍ୟତମ ଅତିଥି ଭାବରେ ଜିଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top