ବୌଦ୍ଧଜିଲାରେ ୪୯ ଜଣ ମିଲେନିୟମ ଭୋଟର,ଜାତୀୟ ମତଦାତା ଦିବସରେ ଦିଆଯିବ ପରିଚୟପତ୍ର

ବୌଦ୍ଧ, ୧୦ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : : ବୌଦ୍ଧଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜାତୀୟ ମତଦାତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ତରଣୀସେନ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ତା ୦୧.୦୧.୨୦୦୦ ରିଖରେ ଜନ୍ମିତ ଶିଶୁମାନେ ୨୦୧୮ ରେ ଭୋଟଦାନ ଅଧିକାର ପାଇବେ । ତେଣୁ ସେମାନଙ୍କୁ ମିଲେନିୟମ ଭୋଟର ହିସାବରେ ଆସନ୍ତା ୨୫ ତାରିଖ ଜାତୀୟ ମତଦାତା ଦିବସ ଅବସରରେ ପରିଚୟପତ୍ର ପ୍ରଦାନ କରାଯିବ । ସରକାରୀ ରେକର୍ଡ ଅନୁଯାୟୀ ଜିଲାରେ ୪୯ ଜଣଙ୍କୁ ମିଲେନିୟମ ଭୋଟର ଭାବରେ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୨ ଜଣ ସେମାନଙ୍କ ଜନ୍ମ ପ୍ରମାଣପତ୍ର ସହ ଭୋଟର ତାଲିକାରେ ନାମ ସଂଯୁକ୍ତ ପାଇଁ ଫର୍ମ ଦାଖଲ କରିଛନ୍ତି । ଖୁବ୍ ଶିଘ୍ର ଅନ୍ୟ ଭୋଟର ମାନଙ୍କୁ ମଧ୍ୟ ଜନ୍ମ ପ୍ରମାଣପତ୍ର ସହ ଫର୍ମ ଦାଖଲ ପାଇଁ ସୂଚନା ଦିଆଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେ ବୌଦ୍ଧଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବାବେଳେ ଜାନୁୟାରୀ ୩୧ ତାରିଖ ଯାଏ ସଂଶୋଧନ କିମ୍ବା ତାଲିକାରେ ନାମ ସଂଯୁକ୍ତ ପାଇଁ ନୂତନ ଫର୍ମ ଦାଖଲ କରିବାକୁ ସୂଚନା ଦିଆଯାଇଛି । ଏହି ଅବସରରେ ବୌଦ୍ଧଜିଲାର ବୌଦ୍ଧ ଓ କଂଟାମାଳ ନିର୍ବାଚନ ମଣ୍ଡଳୀର ସମୁଦାୟ ୩୯୧ ଟି ଭୋଟ ଗ୍ରହଣ କେନ୍ଦ୍ରରେ ବୁଥସ୍ତରୀୟ ୁଅଧିକାରୀଙ୍କ ଦ୍ୱାରା ଘରକୁ ଘର ସର୍ବେକ୍ଷଣ କରାଯାଇଛି । ଜିଲାରେ ଯେପରି ଜଣେ ହେଲେ ଭୋଟର ମତଦାନ ଅଧିକାରରୁ ବଂଚିତ ହେବେନାହିଁ ସେଥିପାଇଁ ଶତପ୍ରତିଶ ଭୋଟର ତାଲିକା ପ୍ରସ୍ତୁତ ପାଇଁ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଜିଲାରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ କମ୍ ରହିଥିବାବେଳେ ମହିଳାମାନେ ମତଦାନ ପାଇଁ ଆଗ୍ରହ ପ୍ରକାଶ କରୁନଥିବା ପରିଲକ୍ଷିତ ହୋଇଛି । ତେଣୁ ଏହି ସର୍ବେକ୍ଷଣ ସମୟରେ ମହିଳା ଭୋଟରମାନଙ୍କୁ ଅଗ୍ରାଧିକାର ଭିତିରେ ଭୋଟର ତାଲିକାରେ ସଂଯୁକ୍ତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇ ବୁଥସ୍ତରୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏହି ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ପାଇଁ କଂଟାମାଳ ନିର୍ବାଚନ ମଣ୍ଡଳୀର ୨୦୫ ଗୋଟି ବୁଥରେ କାର୍ଯ୍ୟ ତଦାରଖ ପାଇଁ ୧୫ ଜଣ ଅଧିକାରୀଙ୍କୁ ସୁପରଭାଇଜର ନିଯୁକ୍ତ କରାଯାଇଥିବାବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ୧୮୬ ବୁଥ ପାଇଁ ୨୨ ଜଣ ଅଧିକାରୀଙ୍କୁ ସୁପରଭାଇଜର ନିଯୁକ୍ତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ କଂଟାମାଳ ନିର୍ବାଚନ ମଣ୍ଡଳୀରେ ୧୫୪୨୮୨ ଭୋଟରଙ୍କ ନାମ ପଂଜିକୃତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୭୮୬୭୬ ଓ ମହିଳା ଭୋଟରଙ୍କ ସଂଖ୍ୟା ୭୫୬୦୬ ରହିଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୫୦୨୧୪ ଭୋଟର ନାମ ପଂଜିକୃତ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୭୭୫୨୪ ଓ ମହିଳା ଭୋଟରଙ୍କ ସଂଖ୍ୟା ୭୨୬୯୦ ରହିଛି । ସୂଚନା ମୁତାବକ କଂଟାମାଳ ନିର୍ବାଚନ ମଣ୍ଡଳୀରେ ୯୯.୫୧ ପ୍ରତିଶତ ଭୋଟରଙ୍କୁ ଭୋଟ୍ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ୯୯.୩୬ ଭୋଟରଙ୍କ ଫଟୋ ସଂଗ୍ରହ କରାଯାଇପାରିଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀର ୯୯.୪୯ ପ୍ରତିଶତ ଭୋଟରଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ୯୯.୩୩ ପ୍ରତିଶତ ଭୋଟରଙ୍କ ଫଟୋ ସଂଗ୍ରହ କରାଯାଇପାରିଛି । ତେବେ ନୂତନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅନୁଯାୟି ଜିଲାରେ ୧୩୧୩୯ ଜଣ ଆବେଦନ କରିଥିବାବେଳେ ୭୦୦୦ ଫର୍ମ ଯାଂଚ ପରେ ସଂଶୋଧନ କରାଯାାଇପାରିଛି ଏବଂ ବଳକା ଫର୍ମ ଗୁଡିକର ଯାଂଚ କାର୍ଯ୍ୟ ତୁରନ୍ତ ସମାପ୍ତ କରାଯିବ ବୋଲି ସୂଚନା ଦିଆଯାଇଛି । ଚଳିତବର୍ଷ ଜିଲାରେ ୩୯୧ ଟି ବୁଥରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଜାତୀୟ ଭୋଟର ଦିବସ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ମତଦାନ ପାଇଁ ସଚେତନତା ଉଦେ୍ଦଶ୍ୟରେ ସେହିଦିନ ବୁଥସ୍ତରରେ ଲିଫଲେଟ ବଂଟନ,ଗୃହ କୁ ଗୃହ ସର୍ବେକ୍ଷଣ କାର୍ଯ୍ୟକ୍ରମ ରଖାଯାଇଥିବାବେଳେ ଜିଲାସ୍ତରରେ ସାଇକେଲ ରାଲି,ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରିଯୋଗିତା ଓ ଆଲୋଚନା ସଭା କରାଯିବାକୁ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି । ଏହି ବୈଠକରେ ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଯୁଧିଷ୍ଠିର ମେହେର ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *