ବୌଦ୍ଧଜିଲାରେ ଇନ୍ଦିରା ଗାନ୍ଧୀଙ୍କ ଜ୍ୟୋତି ରଥଯାତ୍ରାକୁ ଭବ୍ୟ ସମ୍ବର୍ଦ୍ଧନା

ବୌଦ୍ଧ,୧୪ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ପୂର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଜ୍ୟୋତି ରଥକୁ ବୌଦ୍ଧଜିଲାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । କନ୍ଧମାଳ ଜିଲାରୁ ବୌଦ୍ଧ ଦେଇ ଅନଗୁଳଜିଲାକୁ ଯାତ୍ରା କରିଥିବା ଏହି ଜ୍ୟୋତି ରଥକୁ ହରଭଙ୍ଗା ବ୍ଲକର ଚାରିଛକ ଠାରେ ସ୍ୱାଗତ କରାଯିବା ପରେ ବୌଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ସ୍ୱାଗତ କରାଯାଇଥିଲା । ବୌଦ୍ଧ ସହରର ବୁଟୁପାଲି ଠାରୁ ଜ୍ୟୋତିରଥକୁ ସ୍ୱାଗତ କରାଯାଇ କୋର୍ଟଛକ,ଓୟାରଲେସଛକ,ପୋଷ୍ଟଅଫିସ ଛକ ଦେଇ ଏନଏସି ଛକଠାରେ ପହଞ୍ଚିଥିଲା । ସେଠାରେ ଜ୍ୟୋତିରଥରେ ସାମିଲ ହୋଇଥିବା ଦଳୀୟ ନେତୃମଣ୍ଡଳୀ ସ୍ୱର୍ଗୀୟା ଗାନ୍ଧୀଙ୍କ କର୍ତ୍ତବ୍ୟ ନିଷ୍ଠା ଓ ଦେଶପ୍ରେମ ଓ ଦେଶପାଇଁ ତାଙ୍କର ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ବୌଦ୍ଧ ମହାନଦୀ ବ୍ରିଜ ଦେଇ ଏହି ରଥଯାତ୍ରା ଅନଗୁଳ ଅଭିମୁଖେ ଯାତ୍ରା କରିଥିବା ଜଣାଯାଇଛି । ଜ୍ୟୋତି ରଥ ସହିତ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଚିନ୍ମୟ ବେହୁରା,ପିସିସି ସଦସ୍ୟ ଲିଙ୍ଗରାଜ ସାହୁ,ମାନଓ ଆଚାର୍ଯ୍ୟ,ହଳଧର ସେଠୀ, ପୂର୍ବତନ ବୌଦ୍ଧ ବିଧାୟକ ସୁଜିତ କୁମାର ପାଢି,ଜିଲା କଂଗ୍ରେସ କମିଟି ସଭାପତି ନାରାୟଣ ପ୍ରସାଦ ପରିଜା,ସାଧାରଣ ସଂପାଦକ ରାୟ ସଂଜିବ କୁମାର ଦେଓ,ବରିଷ୍ଠ ନେତା ସୁଧିର କୁମାର କର୍ଣ୍ଣ, ପୂର୍ବତନ ଜିଲା ସଭାପତି କ୍ଷୀରୋଦ ପାତ୍ର,ଅଜିଜ୍ ଖାଁ,ହଲିମ ଖାଁ,ମହେଶ୍ୱର ପ୍ରଧାନଙ୍କ ସମେତ ଅନେକ ନେତୃ ମଣ୍ଡଳୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *