ଓଡ଼ିଶା

ବୌଦ୍ଧଜିଲାରୁ ସବୁଜ ମହାନଦୀ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ, ୨୬ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ମହାନଦୀର ସୂରକ୍ଷା ପାଇଁ ବୃକ୍ଷ ରୋପଣ ଅପରିହାର୍ଯ୍ୟ। ମହାନଦୀ ଓ ଶାଖା ନଦୀ ଗୁଡିକର ଉଭୟ ପାଶ୍ୱର୍ରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର ଏକ ବୃହତ ପଦକ୍ଷେପ ଗ୍ରହଣ କରିଛନ୍ତି। ମହାନଦୀ କୂଳର ଉଭୟ ପାଶ୍ୱର୍ରେ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରି ହ୍ରାସ ପାଉଥିବା ଜଙ୍ଗଲର ପୁନରୁଦ୍ଧାର ତଥା ମହାନଦୀର ସୂରକ୍ଷା କରିବା ପାଇଁ ଓଡ଼ିଶା ସରକାର ସବୁଜ ମହାନଦୀ ମିଶନ ନାମରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତିି। ବୌଦ୍ଧଜିଲା ମନମୁଣ୍ଡା ବ୍ରିଜ ଛକ ଠାରେ ତେଲ ନଦୀ କୂଳରେ ଥିବା ଏକ ବିସ୍ତିର୍ଣ୍ଣ ପଡିଆରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ମହାନଦୀର ସୂରକ୍ଷା ପାଇଁ ବୃକ୍ଷ ରୋପଣ ଅପରିହାର୍ଯ୍ୟ ବୋଲି ଉପସ୍ଥିତ ଜନତା, ବୃଦ୍ଧିଜିବୀ ଓ ପରିବେଶ ପ୍ରେମିଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି। ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, କଂଟାମାଳ ବିଧାୟକ ମହୀଧର ରଣା, ବୌଦ୍ଧ ଜିଲାପରିଷଦ ଅଧକ୍ଷା ଜ୍ୟୋତ୍ସ୍ନା ଭୋଇ, ଉପାଧ୍ୟକ୍ଷ ଅକ୍ରୁର ସେଠୀ, ଜଙ୍ଗଲ ଓ ପରିବେଶ ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ବନ ସଂରକ୍ଷକ ଦେବବ୍ରତ ସ୍ୱାଇଁ, ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଅଭୟ କାନ୍ତ ପାଠକ, ଜିଲାପାଳ ମଧୁସୁୂଦନ ମିଶ୍ର, ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ପ୍ରଶାସନ ଓ ବନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ମନମୁ୍ଣ୍ଡା ରେଂଜର ସରୋଜ ମିଶ୍ର ଓ ଫରେଷ୍ଟର ଶେଷଦେବ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମାପନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରକାର ବିରୋଧ ଆଶଙ୍କାରେ ମନମୁଣ୍ଡା ପୋଲିସ ପକ୍ଷରୁ କଡା ସୂରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିଜେପି ର ୧୩ ଜଣ, କଂଗ୍ରେସ ର ୯ ଜଣ ସ୍ଥାନୀୟ ନେତାଙ୍କ ସମେତ କୋଶଳ କ୍ରାନ୍ତି ଦଳର ଜଣକୁ ମନମୁଣ୍ଡା ଥାନାରେ ଅଟକ ରଖିବା ପରେ ଛାଡି ଦିଆଯାଇଥିବା ଜଣାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୟନ ଓ ହସ୍ତଶିଳ୍ପ ନିଗମ ସଭାପତି ଶେଷ କୁମାର ମେହେର, ଟିଟିଲାଗଡ ବିଧାୟକ ଟୁକୁନୀ ସାହୁ, କଂଟାମାଳ ବ୍ଲକ ଅଧ୍ୟକ୍ଷା ଯାଜେ୍ଞଶ୍ୱରୀ ପ୍ରଧାନ, ଜିଲାପରିଷଦ ସଭ୍ୟା ମୁକ୍ତାସିନୀ ମଲିକ, ମମତା ପ୍ରଧାନ, ସସ୍ମୀତା ଥାଟି, ସାଂସଦ ପ୍ରତିନିଧି ରାଧେଶ୍ୟାମ ସାହୁ, ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ଜୋନାଲ ସଭାପତି ଅଶୋକ କୁମାର ସାହୁ, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାସ, କଂଟାମାଳ ବିଜେଡି ସଭାପତି ଶାନ୍ତନୁ ଥାଟି, କଂଟାମାଳ ବ୍ଳକ ସରପଂଚ ସଂଘ ସଭାପତି ପ୍ରମୋଦ ରଣା, ରବି ନାରାୟଣ ପଣ୍ଡା, ଗିରିଜା ନନ୍ଦନ ଦାନୀ, ରାଜୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟି ସରକାରୀ ହୋଇଥିବାବେଳେ ଅନେକ ବିଜେଡି କର୍ମୀଙ୍କୁ ବେରିଗେଟ ଭିତରକୁ ଛଡାଯାଇନଥିବାରୁ ସେମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଦୁଇ ହଜାର ବୃକ୍ଷ ରୋପଣ କରାଯାଇଥିବା ଜଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top