ଜିଲ୍ଲା ପରିକ୍ରମା

ବୋଲେରୋ-ସାଇକେଲ୍ ମୁହାଁମୁହିଁ ଧକ୍କା : ୧ ମୃତ, ୬ ଆହତ

ଭଦ୍ରକ,୨୦ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଭଦ୍ରକ-ବନ୍ତ ରାଜ୍ୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ମୁଣ୍ଡିମରା-ବରପଦା ଛକ ନିକଟ ପେଟ୍ରୋଲ ପମ୍ପ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ସାଇକେଲ୍ ଆରୋହୀର ମୃତୁ୍ୟ ଘଟିଛି । ଏବଂ ଛଅ ଜଣ ଆହତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟରେ ଚିକିସôିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଅବସ୍ଥା ଗୁରୁତର ରହିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାରିକଛକ ନିକଟସ୍ଥ ଭବାନିବିନ୍ଧା ଗ୍ରାମରୁ କିଛି ଲୋକ ବନ୍ତ ଅଂଚଳର ପଳସା ଗ୍ରାମରୁ ଏକ ବାହାଘର ଲଗ୍ନ ସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇଥିବା ବୋଲେରୋଟି କପାସିଆ ଗ୍ରାମର ବସନ୍ତ ବାରିକ ନାମକ ଏକ ସାଇକେଲ୍ ଆରୋହୀଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ନୟନଯୋରୀକୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ବସନ୍ତଙ୍କର ମୃତୁ୍ୟ ହୋଇଥିବାବେଳେ ବୋଲେରୋରେ ଥିବା ୬ ଜଣ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୁଲିସ୍ ପହଞ୍ଚô ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରି ଏକ ଅପମୃତୁ୍ୟ ମାମଲା ମୂଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିସôାଳୟକୁ ପଠାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top