ବୋଲେରୋ ଧକ୍କାରେ ୨ ବାଇକ ଆରହୀ ମୃତ

କୋରପୁଟ : ୩୦/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଜୟପୁର ମାଲକାନଗିରି ଯାତାୟାତ କରୁଥିବା ରାଜରାସ୍ତା ଉପରେ ବୋଲେର ସାମ୍ନା ପଟୁ ଆସୁଥିବା ଏକ ହଣ୍ଡା ସାଇନ ଗାଡ଼ିକୁ ଧକ୍କା ଦେବାରୁ ୨ ଜଣ ବାଇକ ଆରହୀଙ୍କର ଘଟଣା ସ୍ଥଳରେ ମୁତ୍ୟୁ ହୋଇଛି। ସୂଚନା ଅନୁଯାୟୀ ବୁଧବାର ରାତି ୭ ଘଣ୍ଟା ସମୟରେ ବୈପାରିଗୁଡା ଥାନା ଅନ୍ତର୍ଗତ ରାଜରାସ୍ତା ପୋଖରୀ ନିକଟରେ ବୋଲେରୋ ନଂ ଓଡ଼ି ୩୦ ବି ୩୩୮୮ଗାଡ଼ି ଏକ ହଣ୍ଡା ସାଇନ ଗାଡ଼ି ନଂ ଓଡ଼ି ୧୦ ଡି ୩୧୦୭ ବାଇକ ସାମ୍ନାଆଡୁ ଧକ୍କା ଦେବାରୁ ୨ ବାଇକ ଆରହୀଙ୍କର ମୁତ୍ୟୁ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ବୈପାରିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି। ବୋଲେରୋ ବାଇକ ଓ ମୃତ ଦୁଇ ଶବ ଜବତ କରିବା ସହ ତଦନ୍ତ କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *