ବୋଲେରୁ ଟାଟା ମେଜିକ ଗାଡି ଧକ୍କା, ୬ ଆହତ ୩ ଗୁରୁତର

ମାଲକାନଗିରି ,୧୬/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ମାଲାକନଗିରି ଜିଲ୍ଲାରୁ ଏକ ବୋଲେରୁ ଗାଡ଼ିରେ ମା’ ଏଣ୍ଟର ପ୍ରାଇଜେସ୍ ନାମକ ସଂସ୍ଥାର କିଛି ୩ଜଣ ଯୁବକ ଓ ୩ଜଣ ଯୁବତୀ ଡ୍ରେସ ଓ କପଡା ବିକ୍ରି କରିବା ପାଇଁ ପଡିଆ ବ୍ଲକକୁ ଯାଇଥିଲେ। ସେମାନେ ଫେରୁଥିବା ସମୟରେ କାଲିମେଳାରୁ ଏକ ଟାଟା ମେଜିକ ଗାଡି ସହିତ କନ୍ୟାଶ୍ରମ ନିକଟରେ ମୁହାଁ ମୁହିଁ ଧକ୍କା ଲାଗିଥିଲା। ବଲେରୋରେ ବସିଥିବା  ୪ଜଣ ଓ ଟାଟା ମେଜିକରେ ବସିଥିବା ୨ଜଣ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ କାଲିମେଳା ଦମକଳ ବାହିନି ଘଟଣା ସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି କାଲିମେଳା ଡାକ୍ତର ଖାନାକୁ ନେଇ ଚିକିତ୍ସା କରିଥିଲେ। ସେଠାରେ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ତନିଜଣ ଙ୍କ ମଧ୍ୟରୁ ଭିମା ମାଢି(୨୫)ଙ୍କ ଅବସ୍ଥା ଅତ୍ୟନ୍ତ ସଂଙ୍କାଟପନ୍ନ ଅଛି, ତାଙ୍କୁ ବ୍ରହ୍ମପୁର ହସପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପାରମର୍ଶ ଦେଇଛନ୍ତି। ଏହି ଦୁର୍ଘଟଣାପରେ ଟାଟା ମେଜିକ ଡ୍ରାଇଭର ଫେରାର ହୋଇ ଯାଇଛି। କାଲିମେଳା ପୁଲିସ ଘଟଣାସ୍ଥଳରେ ପହଁଚି ଗାଡି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *