ବୋଲଗଡ଼ ମହୋତ୍ସଵ ଆଶା ୨୦୧୭ ଉଦଘାଟିତ

ଖୋର୍ଦ୍ଧା .୨୬ ଡିସେମ୍ବର୍ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ମହୋତ୍ସବ ଉଦଘାଟିତ।ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଅନ୍ତର୍ଗତ ବାମନ ଉଚ୍ଚ ବିଦ୍ୟାଳୟ ପରିସରରେ ବୋଲଗଡ ମହୋତ୍ସବ ଆଶା ୨୦୧୭ ମଙ୍ଗଳବାର ସନ୍ଧ୍ୟାରେ ମହୋତ୍ସବ ଟ୍ରଷ୍ଟ ଓ ବୋଲଗଡ ମହୋତ୍ସବ କମିଟି ଆୟୋଜନ ରେ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି। ଉଦଘାଟନ ଦିବସରେ କଡବ ପାଇକ ପୁଅଙ୍କ ଦ୍ଵାରା ପ୍ରଥମେ ପାଇକ ଆଖଡା ନୃତ୍ୟ ପରିବେଷଣ କରାଯାଇଥିଲା। ଏ ନେଇ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସୁଧାକର ନାୟକ ଯୋଗଦେଇ ବୋଲଗଡ଼ ଅଞ୍ଚଳରେ ହେଉଥିବା ସମସ୍ତ ଉତ୍ସଵ ଓ ପର୍ବପର୍ବାଣୀ ଭଲ ଲାଗେ ବୋଲି ମତ ଦେଇଥିଲେ | ସମ୍ମାନିତ ଅତିଥି ବୋଲଗଡ଼ ବ୍ଲକର ପୂର୍ବତନ ଅଧକ୍ଷ ଓ ପ୍ରେସ କ୍ଳବ ସଭାପତି ରଘୁନାଥ ଷଡ଼ଙ୍ଗୀ. ଥାନା ଅଧିକାରୀ ଲକ୍ଷଣ ଦଣ୍ଡସେନା .ତହସିଲଦାର ନିହାରିକା ନାୟକ .ଶରତ ମଲ୍ଲିକ ଅତିରିକ୍ତ ତହସିଲଦାର .ବବିତା ସାହୁ ସରପଞ୍ଚ. ଅଶ୍ୱିନୀ ପଟ୍ଟନାୟକ ଜିଲ୍ଳା ପରିଷଦ 25 ନଂ ଜୋନ ଲୁସି ପାଢୀ .ମ୍ୟାନେଜିଗ ଟ୍ରଷ୍ଟ କୃଷ୍ଣ ମୋହନ ପାଲଟାସିଂହ ମହୋତ୍ସବ ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ନାରାୟଣ ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯକ୍ରମକୁ ଲକ୍ଷ୍ମୀଧର ଚୌଧୁରୀ ଓ କିଶୋର ଯତି ପରିଚାଳନା କରିଥିଲେ। ରବିନ୍ଦ୍ର କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ତାହା ପରେ ମା କାଳିକା ଘୋଡା ନାଚ ଓସ୍ତପୁର ଉପସ୍ଥିତ ଜନତାଙ୍କୁ ମନମୁଗ୍ଧ କରିଥିଲା।ପରିଶେଷରେ ବୋଲଗଡ ସମ୍ମାନ କଣ୍ଠଶିଳ୍ପୀ ରୂପେ ପ୍ରାଣନାଥ ମହାରଣା କୃଷି କ୍ଷେତ୍ରରେ ସନାତନ ଜେନା ଙ୍କୁ ପୂଜ୍ୟପୂଜା ସମ୍ବର୍ଦ୍ଧନା କରାଯାଇଥିଲା |

Leave a Reply

Your email address will not be published. Required fields are marked *