ବୋଧୀ ଚକ୍ର ମାସିକ ଆଲୋଚନା ଚକ୍ର

ପୁରୀ, ୧୨/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ନୀଳଚକ୍ର ନାରୀ ସେବା ସଂଘରେ ବୋଧିଚକ୍ରରେ ମାସିକ ଆଲୋଚନା ଚକ୍ର। ବୈାଦ୍ଧ ଦର୍ଶନରେ ଗୃହସ୍ଥାଶ୍ରମ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ହରପ୍ରିୟା ସାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଶରତ କୁମାର ସାହୁ ମୁଖ୍ୟ ଅତିଥୀ ଭାବେ ଏବଂ ଅଶୋକ କୁମାର ମହାପାତ୍ର ସମ୍ମାନୀତ ଅତିଥୀ ଭାବେ ଯୋଗଦାନ କରିଥିଲେ। ସଂପାଦକ ଅନାମ ଚନ୍ଦ୍ର ସାହୁ ମୁଖ୍ୟ ଅତିଥୀ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଲୋଚନାରେ ଅଂଶ ଗ୍ରହଣ କରି ଆଲୋଚକ ଦ୍ବୟ କହିଥିଲେ ଯେ ଭାରତୀୟ ଦର୍ଶନରେ ଆଦି ସୂତ୍ର ଭାବଧାରାକୁ ଗତିଶିଳ କରାଇ ବିଶ୍ୱରେ ତାହାର ପ୍ରସାରରେ ବୁଦ୍ଧଦେବଙ୍କ ବାଣୀ ଏବଂ ବୈାଦ୍ଧ ଦର୍ଶନର ସ୍ଥଳଭିତି ଭୂମି ସାହାର୍ଯ୍ୟ ଯୋଗାଇଥିଲା। ଆଜିର ଭାରତୀୟ ସମାଜରେ ବୈାଦ୍ଧ ଦର୍ଶନର ପ୍ରଭାବ ଅନୁଷ୍ଠିତ ହେଉଅଛି। ମନୁଷ୍ୟ ଠାରେ ଥିବା ମାୟା ଦ୍ୱାରା ପ୍ରଭାବିତ ପଂଚଇନ୍ଦ୍ରୀୟ ଠାରୁ ନପିଜକୁ ମୁକ୍ତ ରଖିବା ଏବଂ ଆଚର ଉଚ୍ଚାରଣ ସମନ୍ୱୟ ଭାବ ବୈାଦ୍ଧ ଦର୍ଶନ ଦେଖାଇ ଯାଇଅଛି ବୋଲି ଉଭୟ ମତ ଦେଇଥିଲେ। ଆଲୋଚନାରେ ନାରାୟଣ ନନ୍ଦ, ଚନ୍ଦ୍ରଶେଖର ମହାରଣା, ଉଲ୍ଲାସ ବାଳା ଦାସ, ସୁରେନ୍ଦ୍ର ନାଥ ପତି, ଜ୍ୟୋତି ଦାସ, ମିରା ମହାନ୍ତି, କୁନ୍ତଳା ଆଚାର୍ଯ୍ୟ, ଛବିରାଣୀ ଦାସ, ବିପିନ ବିହାରୀ ଦଳାଇ, ବିଚିତ୍ର ରଂଜନ ମହାପାତ୍ର, ରମା ବଲ୍ଲଭ ମହାପାତ୍ର, ଶିବାନୀ ସ୍ୱାଇଁ, ସୁବାସ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଶେଷରେ ଅନୁଷ୍ଠାନର ଯୁଗ୍ମ ସଂପାଦକ ଉମେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *