ବୋଡେନ ପରେ ଖଡିଆଳରେ ପୋଲିସ ଦ୍ୱାରା ୧୦ଦାଦନ ଶ୍ରମିକ ଜଣେ ଶିଶୁ ଉଦ୍ଧାର

ଖଡିଆଳ/ନୂଆପଡା-୦୭.୧୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ଚଳିତ ବର୍ଷ ନୂଆପଡା ଜିଲ୍ଲାରେ ଭୟାବହ ମରୁଡି ଦେଖାଦେଇ ଥିବା ବେଳେ କାମଧନ୍ଦା ଅନ୍ୱେଷଣରେ ଜିଲ୍ଲାରୁ ହଜାର ହଜାର ଶ୍ରମିକ ବେଆଇନ ଭାବରେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଗତକାଲି ବୋଡେନ ବସଷ୍ଟାଣ୍ଡ ରୁ ମହାଦୁର୍ଗା ନାମକ ଏକ ଯାତ୍ରୀବାହି ବସ ଯୋଗେ ବହୁ ସଂଖ୍ୟାରେ ଶ୍ରମିକ ମାନେ ଦଳାଲ ସାହାର୍ଯ୍ୟରେ ଚାଳାଣ ହେଉଥିବା ଜଣାପଡିଥିଲା । ଖବରପାଇ ବୋଡେନ ପୋଲିସ ଅତର୍କିତ ଚଢାଉ କରି ୧୨ଜଣ ଶ୍ରମିକ ସହ ୪ଜଣ ଶିଶୁକୁ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ତାର ୨୪ଘଣ୍ଟା ନପୁରୁଣୁ ଆଜି ଖଡିଆଳ ପୋଲିସ ପୁଣି ଦାଦନ ଶ୍ରମିକ ଉଦ୍ଧାର କରିଛି । ଚଳିତ ମଧ୍ୟରାତ୍ରୀରେ ଏକ ଟାଟା ସୁମୋ ଗାଡି ଯୋଗେ ଖଡିଆଳ ଦେଇ ହାଇଦ୍ରାବାଦ୍ କୁ ବେଆଇନ ଶ୍ରମିକ ଚାଳାଣ କରାଯାଉଥିଲା । ଖବର ପାଇ ଖଡିଆଳ ପୋଲିସ ସବଇନିସପେକ୍ଟର ଆଦିତ୍ୟ ମହାକୁରଙ୍କ ନେତୃତ୍ୱରେ ଏକ ସ୍କୁଆର୍ଡ ଦଳ ଅତର୍କିତ ଚଢାଉ କରି ୧୦ଜଣ ଶ୍ରମିକ ସହ ଗୋଟାଏ ଶିଶୁ ଏବଂ ଶ୍ରମିକ ଚାଳାଣକାରୀ ଦଳାଲ କୁ ଖଡିଆଳ ଥାନାରେ ଅଟକ ରଖିଛି । ଖବରପାଇ ଜିଲ୍ଲା ଶ୍ରମ ଅଧିକାରୀ ମୁକ୍ତିଲାଲ ନାଏକ ଖଡିଆଳ ଥାନାରେ ପହଞ୍ଚô ତଦନ୍ତ ଚଳାଇଛନ୍ତି । ବେଆଇନ ଭାବେ ଶ୍ରମିକ ଚାଳାଣ କରୁଥିବା ଶ୍ରମିକ ଦଳାଲ ହିରାଧର ମାଝୀଙ୍କୁ ଆଜି କୋର୍ଟ ଚାଳାଣ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ପ୍ରକାଶ କରିଛନ୍ତି । ଅପରପକ୍ଷେ ଭୟାବହ ମରୁଡି ଯୋଗୁଁ ପରରିବାର ପ୍ରତି ପୋଷଣ ନେଇ ରାଜ୍ୟ ବାହାରକୁ କାମଧନ୍ଧା ଅନ୍ୱେଷଣରେ ଯାଉଥିବା ଶ୍ରମିକମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ କାମ ମିଳୁଛି କିନ୍ତୁ କାମସାରୀ ବର୍ଷେ ହୋଇଥିଲେ ମଧ୍ୟ ଏଯାଏଁ ମଜୁରି ମିଳିପାରିନାହିଁ ବାଧ୍ୟହୋଇ ରାଜ୍ୟବାହାରକୁ ଯାଉଥିବା ସୁବର୍ଣ୍ଣି ମାଝୀ, ପରକ୍ଷିତ ପହରିଆ ସମେତ ଅନ୍ୟାନ୍ୟ ଦାଦନ ଶ୍ରମିକମାନେପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *