ବୈାଦ୍ଧ ମହାନଦୀରେ ଅଟଳଜୀଙ୍କ ଚିତାଭସ୍ନ: ବାଜପେୟୀ ସ୍ମୃତି କମିଟିର ଟାଉନହଲରେ ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତିଚାରଣ ସଭା

ବୈାଦ୍ଧ ୨୮-୮ (ଓଡ଼ିଆ ପୁଅ/‌ଦେବାଶିଷ ପୁରୋହିତ) – ଭାରତରତ୍ନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ହେବାପରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକସଭା ଆୟୋଜନ କରାଯାଇଥିବା ବେଳେ ଆଜି ଅଟଳ ବିହାରୀ ବାଜପେୟୀ ସ୍ମୃତି କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଜପେୟୀଙ୍କ ଚିତାଭସ୍ମ କଳସକୁ ସର୍ବସାଧାରଣ ଦର୍ଶନ ପାଇଁ ସକାଳ ୧୦ଘ. ଠାରୁ ୪ଘ. ପର୍ଯ୍ୟନ୍ତ ଟାଉନହଲରେ ରଖା ଯାଇଥିଲା। ବୈାଦ୍ଧର ବୁଦ୍ଧିଜିବୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅପରାହ୍ନ ୪ଘ. ସମୟରେ ଏକ ସୁସଜ୍ଜିତ ରଥରେ ସଂକୀର୍ତନ ମାଧ୍ୟମରେ ନଗର ପରିକ୍ରମା କରି ଶ୍ରୀ ଚନ୍ଦ୍ରଚୂଡ ମନ୍ଦିର ଚିରଘାଟ ମହାନଦୀରେ ପହଂଚିଥିଲା। ବ୍ରାହ୍ମଣମାନଙ୍କ ଦ୍ୱାରା ଚିତାଭସ୍ମ ବିସର୍ଜନ କରିବା ସହିତ ଜନସାଧାରଣ ତିଳତର୍ପଣ କରି ସମ୍ମାନ ଜଣାଇଥିଲେ। ଅପରାହ୍ନ ୫ଘ. ସମୟରେ ଟାଉନହଲ ପରିସରରେ ସର୍ବଧର୍ମ ପ୍ରାର୍ଥନା ଓ ସ୍ମୃତିଚାରଣ ସଭା ସମାଜସେବୀ ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ହିନ୍ଦୁଭାଇମାନଙ୍କ ପକ୍ଷରୁ ପଣ୍ଡିତ ସଂଜୀବ କୁମାର ପଣ୍ଡା ଗୀତାପାଠ, ମୁସଲମାନ ଭାଇମାନଙ୍କ ପକ୍ଷରୁ ସମସୁଦ୍ଦିନ ଖାନ କୋରାନ ପାଠ ଓ ଖ୍ରୀଷ୍ଟୀୟାନ ଭାଇମାନଙ୍କ ପକ୍ଷରୁ ରେଭରେନ ମାନଓ ରଞ୍ଜନ ନାୟକ ବାଇବେଲ ପାଠ କରିଥିଲେ। ବାଜପେୟୀଙ୍କ ଜିବନୀ ଓ କୃତିତ୍ୱ ଉପରେ ସୈାମିତ୍ରୀ କୁମାର ନାୟକ, ଯୁଗଳ କିଶୋର ସାମଲ, ଇଂ ସଞ୍ଜୟ କୁମାର ପଣ୍ଡା, ସଚ୍ଚିଦାନନ୍ଦ ଦଲାଲ, କିଶୋର ମିଶ୍ର, କହ୍ନେଇ ଚରଣ ଡାଙ୍ଗ, ପ୍ରଦୋଷ କୁମାର ମିଶ୍ର, ମୃତ୍ୟୁଞ୍ଜୟ ମିଶ୍ର, ଧନେଶ୍ୱର ଅମାତ୍, ଗୈାରୀ ଶଙ୍କର ଅଗ୍ରଓ୍ୟାଲା, ସୂର୍ଯ୍ୟନାରାୟଣ ମହାପାତ୍ର, ସଂଯୁକ୍ତା ନାୟକ, ମହାଦେବ ମହାନ୍ତି, ମାଗୁଣି ଗାଇଗୈାରୀଆ, ବିପ୍ରଚରଣ ମହାନ୍ତି, ସରୋଜ କୁମାର ପ୍ରଧାନ ପ୍ରମୁଖ ସ୍ମୃତିଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *