ବୈାଦ୍ଧରେ ଭାରତ ରନô ବାବାସାହେବ ଆମ୍ବେଦକରଙ୍କ ୧୨୮ତମ ଜିଲାସ୍ତରୀୟ ଜୟନ୍ତୀ ପାଳିତ

ବୈାଦ୍ଧ,୧୬ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୈାଦ୍ଧ ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଭାରତରନô ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୨୮ତମ ଜିଲାସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷଠାରେ ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତାଭାବେ ବୈାଦ୍ଧ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର ଯୋଗଦେଇ ଭାରତରତ୍ନ ଆମ୍ବେଦକରଙ୍କ ସମ୍ପୁର୍ଣ୍ଣ ଜିବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ବଳିଷ୍ଠ ଉଦ୍ୟମ ଫଳରେ ଆଜି ଦଳିତ ଲୋକମାନଙ୍କର ଉତ୍ଥାନ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ତେବେ ସମାଜରୁ ଅସ୍ପୃଶ୍ୟତାକୁ ସଂପୁର୍ଣ୍ଣ ଦୂର କରିବାକୁ ହେଲେ ସାଧାରଣଲୋକଙ୍କ ମାନସିକତାରେ ପରିବର୍ତନ ଜରୁରୀ ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜୟନ୍ତୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତରଣୀସେନ ନାୟକ ଓ ଉପ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ ଯୋଗଦେଇ ଡ. ଆମ୍ବେଦକର ଭାରତର ଜଣେ ସୁଯୋଗ୍ୟ ସନ୍ତାନ ହୋଇଥିବାରୂ ଦେଶର ବିକାଶରେ ତାଙ୍କର ଅବଦାନ ରହିଥିବା ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶିଶିର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ସୋନାଲି ପୁରୋହିତ ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *