ବୌଦ୍ଧ, ୧ା୦୮(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା):ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବୌଦ୍ଧ ସହର ଓ ବୌଦ୍ଧବ୍ଲକର ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ପେନସନ୍ ସମ୍ବନ୍ଧୀୟ ସମସ୍ୟା ସଂପର୍କରେ ପେନସନ୍ ଅଦାଲତ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୌଦ୍ଧଜିଲ୍ଲା ନୋଡାଲ ଅଧିକାରୀ ଡେପୁଟି ନିର୍ଦ୍ଦେଶକ ଗୈାରୀରାଣୀ ନାୟକ ବୌଦ୍ଧଜିଲାକୁ ୩ଦିନିଆ ଗସ୍ତରେ ଆସି ୧୫ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପେନସନ୍ରେ ରହିଥିବା ବିଭିନ୍ନ ତୃଟି ସଂପର୍କରେ ଆଲୋଚନା କରିଥିଲେ। ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ଅଦାଲତ୍ରେ ବି.ଇ.ଓ. ମୋହିତ ଭେଙ୍ଗରା, ଏ.ବି.ଇ.ଓ. କମଳାକାନ୍ତ ଦଳବେହେରା, ଅଚ୍ୟୁତାନନ୍ଦ ସାହୁ, ମୁଖ୍ୟ କିରାଣି ଶଙ୍କର୍ଷଣ ମହାନନ୍ଦ ଓ କନିଷ୍ଠ କିରାଣୀ ଅଶୋକ କୁମାର ପୁରୋହିତ ଉପସ୍ଥିତ ରହିଥିଲେ।

Loading...