ବୈାଦ୍ଧରେ ତୃତୀୟ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ

ବୌଦ୍ଧ,୨୨ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବିଶ୍ୱ ଯୋଗ ଦିବସ ଅବସରରେ ବୈାଦ୍ଧଜିଲ୍ଲାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଆଧ୍ୟାତ୍ମିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ୩୪ଗୋଟି ସ୍ଥାନରେ ଯୋଗ ଦିବସ ମହାସମାରୋହରେ ପାଳନ କରାଯାଇଛି । ବୈାଦ୍ଧ ସହରର ଖେଳପଡିଆ ଠାରେ ଭାରତ ସ୍ୱାଭିମାନ ଓ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ମହୋସôବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତରଣୀ ସେନ ନାୟକ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ସଦାନନ୍ଦ ମିଶ୍ର, ଏ,ଡି,ଏମ୍.ଓ. ରାମଚନ୍ଦ୍ର ରାଉତ ଯୋଗଦେଇ ଉଦ୍ଘାଟନ କରି ଯୋଗର ଉପକାରୀତା ସମ୍ପର୍କରେ ଆଲୋଚନା କରିଥିଲେ । ଭାରତ ସ୍ୱାଭିମାନ ପ୍ରଭାରୀ ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗ ସମିତି ପ୍ରଭାରୀ ହୃଷିକେଶ ପ୍ରଧାନ, ମହିଳା ପ୍ରଭାରୀ ଅନିମା ପଟ୍ଟନାୟକ ଯୋଗାଭ୍ୟାସ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ମହୋସôବ ସମିତି, ଗାୟତ୍ରୀ ପରିବାର, ୟୁଥ୍ ରେଡକ୍ରସ, ଏସ୍.ବି.ଆଇ., ଏକ୍ସିସ୍ ବ୍ୟାଙ୍କ୍, ଏଚ୍.ଡି.ଏଫ୍.ସି. ବ୍ୟାଙ୍କ୍, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଏ.ଏନ୍,ଏମ୍, ସେଂଟର, ଯୋଗୀନ୍ଦ୍ର ଦେବ ବିଦ୍ୟାଳୟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରମୁଖ ଅନୁଷ୍ଠାନର ବ୍ୟକ୍ତିମାନେ ଯୋଗଦାନ କରିଥିଲେ । ସ୍ଥାନୀୟ ବୁଟୁପାଲି ହାଇସ୍କୁଲ ପଡିଆରେ ଗାୟତ୍ରୀ ପରିବାର ମୁଖ୍ୟ ବିଚିତ୍ରାନନ୍ଦ ସାହୁ ଓ ପ୍ରଧାନ ଶିକ୍ଷକ ଚିତରଞ୍ଜନ ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବାବେଳେ ଓଡିଶା ଯୋଗ ମହୋସôବ ସମିତି ପକ୍ଷରୁ ବିଜୟ କୁମାର ସାହୁ ଓ ପଦ୍ମ ଚରଣ ମେହେରଙ୍କ ସଂଯୋଜନାରେ ଯୋଗାଭ୍ୟାସ କରାଯାଇଥିଲା । ସରସରାରେ ଅରବିନ୍ଦ ଗିରୀ, ବିଶ୍ୱଜିତ ପାଢୀ ଓ ଶୁଭ୍ରାାଂଶୁ ପ୍ରଧାନଙ୍କ ନେତୃତ୍ୱରେ ଯୋଗଶିକ୍ଷକ ପ୍ରମୋଦ ପ୍ରଧାନ ଯୋଗାଭ୍ୟାସ କରାଇଥିଲେ, ଅତିଥି ଭାବେ ମାନଭଞ୍ଜନ ସାମଲ, ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା, ପ୍ରଭାତ ମହାପାତ୍ର, ନବୀନ ଦେହୁରୀ, ସତ୍ୟନାରାୟଣ ପୁରୋହିତ ଯୋଗ ଦେଇଥିଲେ । ବଲାସିଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର ସଂଯୋଜନାରେ ଅନୁଷ୍ଠିତ ଶିବିରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଗ୍ରାମବାସୀମାନେ ଯୋଗ ଦେଇଥିଲେ । ବନ୍ଧାପଥର ଖେଳପଡିଆରେ ଅନୁଷ୍ଠିତ ଶିବିରରେ ଦିଲ୍ଲିପ କୁମାର ସାହୁ ଯୋଗାଭ୍ୟାସ କରାଇ ଥିବାବେଳେ ହରଭଙ୍ଗା ହାଇସ୍କୁଲରେ ଛାତ୍ରଛାତ୍ରୀମାନେ ଯୋଗ ଦିବସ ପାଳନ କରିଥିଲେ । ଜହ୍ନାପଙ୍କ ହାଇସ୍କୁଲ ପଡିଆରେ ଯୋଗ ଶିକ୍ଷକ ଶ୍ରୀନିବାସ ପୁରୋହିତ ଉପସ୍ଥିତ ଯୋଗପ୍ରେମୀ ଭାଇଭଉଣୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ, ଅଞ୍ଜନ ସାହୁ, ସଞ୍ଜୀତ୍ ପ୍ରଧାନ, ବିଶ୍ୱଜିତ ପୁରୋହିତ ସହଯୋଗ କରିଥିଲେ । ଦହ୍ୟାରେ ଅନୁଷ୍ଠିତ ଶିବିରରେ ଯୋଗ ଶିକ୍ଷକ ବିରେନ୍ଦ୍ର ପ୍ରଧାନ ଯୋଗାଭ୍ୟାସ କରାଇଥିଲେ । ତେଲିବନ୍ଧରେ ଯୋଗଶିକ୍ଷକ ସତ୍ୟାନନ୍ଦ ପାଣ୍ଡେ ଯୋଗାଭ୍ୟାସ କରାଇଥିଲେ । ଖଟଖଟିଆ ବିଦ୍ୟାଳୟ ପରିସରରେ ଶିକ୍ଷକ ରଞ୍ଜୁ ଅମାତ ଓ ଭାର୍ଜନ ପ୍ରଧାନ ପରିଚାଳନା କରିଥିଲେ । କଂଟାମାଳ ହାଇସ୍କୁଲ ପଡିଆରେ ଯୋଗ ଶିକ୍ଷକ ଡ. ପ୍ରମୋଦ କୁମାର ସାହୁ ଯୋଗାଭ୍ୟାସ କରାଇବା ସହିତ ତାର ଉପକାରୀତା ସନ୍ପର୍କରେ ଆଲୋଚନା କରିଥିଲେ । କଂଟାମାଳ ବ୍ଲକର ଖୁଂଟିଗୋରା, କଂଟାମାଳ, ବୈାଦ୍ଧ ବ୍ଲକର ବାଉଁଶୁଣୀ, ସାହାଜପାଲ ଠାରେ ହରଭଙ୍ଗା ବ୍ଲକର ବୀରନରସିଂହପୁର, ପୁରୁଣାକଟକ ଓ ଜିଲ୍ଲାର ସମସ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏହି ଦିବସ ପାଳନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *