ବୈାଦ୍ଧରେ କ୍ରିୟାଯୋଗ ଗୁରୁ ପରମହଂସ ଯୋଗାନନ୍ଦ ଗିରିଙ୍କ ୧୨୫ତମ ଜନ୍ମ ଜୟନ୍ତୀ

ବୌଦ୍ଧ,୧୪ା୧୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ସ୍ଥାନୀୟ ଟାଉନ୍ହଲ ସ୍ଥିତ ଭିକାରୀ କଳା ମଣ୍ଡପ ଠାରେ ଆଜି ପ୍ରଜ୍ଞାନ ମିଶନ୍ ଜଗତପୁର କଟକ ଆନୁକୁଲ୍ୟରେ କ୍ରୀୟା ଯୋଗ ଧ୍ୟାନକେନ୍ଦ୍ର ବୈାଦ୍ଧ ପକ୍ଷରୁ ମହାନ କ୍ରୀୟାଯୋଗ ଗୁରୁ ପରମହଂସ ଯୋଗାନନ୍ଦ ଗିରିଙ୍କ ୧୨୫ତମ ଜନ୍ମଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହେବ । ଏଥିରେ କ୍ରୀୟା ଯୋଗ ପରମ୍ପରାର ବିଶିଷ୍ଟ ଆଚାର୍ଯ୍ୟ ସ୍ୱାମୀ ସମର୍ପଣାନନ୍ଦ ଗିରି ଯୋଗଦାନ କରି ସଂଧ୍ୟା ୬ଘ. ସମୟରେ ଆଶୀର୍ବଚନ ପ୍ରଦାନ କରିବେ । ବର୍ତମାନ ସମାଜରେ ଛାତ୍ରଛାତ୍ରୀମାନେ ବିଭିନ୍ନ ମାନସିକ ସମସ୍ୟା ଓ ଅଶାନ୍ତି ବାତାବରଣର ସମ୍ମୁଖୀନ ହେଉଥିବାରୁ ସେଥିରୁ ସେମାନେ କିପରି ନିଜକୁ ମୁକ୍ତ ରଖିପାରିବେ ସେ ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିବେ । ବୈାଦ୍ଧଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଏହା ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ କ୍ରୀୟା ଯୋଗ ଧ୍ୟାନକେନ୍ଦ୍ର ବୈାଦ୍ଧ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *