ଜିଲ୍ଲା ପରିକ୍ରମା

ବୈାଦ୍ଧଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ଶପଥ ପାଠ ଉତ୍ସବ

ବୈାଦ୍ଧ, ୨୯ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୈାଦ୍ଧଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ନବନିର୍ବାଚିତ କର୍ମକର୍ତାମାନଙ୍କର ଶପଥ ପାଠ ଉତ୍ସବ ସ୍ଥାନୀୟ ଟାଉନହଲ ସ୍ଥିତ ଭିକାରୀ ନାୟକ କଳାମଣ୍ଡପରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ ଶପଥପାଠ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଲ କୁମାର ପାଣିଗ୍ରାହୀ ଯୋଗଦେଇ ନବନିର୍ବାଚିତ ସଦସ୍ୟମାନଙ୍କୁ ଶପଥପାଠ କରାଇବା ସହିତ ବଳ ପ୍ରୟୋଗ ଦ୍ୱାରା ପୋଲିସ ସେବା ଯୋଗାଇବା ସମ୍ଭବ ନୁହେଁ ସାଧାରଣଲୋକଙ୍କ ଆସ୍ଥା ଭାଜନ ହେବା ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ସହିତ ବିଭାଗରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଭାବରେ ଏସଡିପିଓ ସାଲେଷ୍ଟିନ ଟିଗା ଓ ରିଜର୍ଭ ଇନ୍ସପେକ୍ଟର ରାଜୀବ ଲୋଚନ ସେଠ ଯୋଗଦେଇ ନବନିର୍ବାଚିତ କର୍ମକର୍ତାମାନେ ଶୃଙ୍ଖଳାର ସହିତ ଆଲୋଚନା ମାଧ୍ୟମରେ ସଂଘିୟ ତଥା ବ୍ୟକ୍ତିଗତ ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଦ୍ୱିତିୟ ଥର ପାଇଁ ସଂଘର ସଭାପତି ଓ ସଂପାଦକ ଭାବରେ ନିର୍ବାଚିତ ହୋଇଥିବା ବୁଲୁ କୁମାର ମିଶ୍ର ଓ ସୁଶୀଲ କୁମାର ମହାପାତ୍ର ଶପଥ ପାଠ ଉତ୍ସବ ଅବସରରେ ଜିଲାର ପୋଲିସ ଭାଇମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସଂଘର ନିର୍ବାଚିତ କର୍ମକର୍ତା ପ୍ରତିଶୃତିବଦ୍ଧ ଓ ଆଗାମୀ କାର୍ଯ୍ୟକାରୀ ବୈଠକରେ ଏନେଇ ପୁର୍ଣ୍ଣାଙ୍ଗ ଆଲୋଚନା କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସଂଘର ଉପସଭାପତି ଷଣ୍ଢେଶ୍ୱର କର୍ଣ୍ଣ, କୋଷାଧ୍ୟକ୍ଷ ଶେଷଦେବ ରଣା, ସହସଂପାଦକ ପୁର୍ଣ୍ଣଚନ୍ଦ୍ର ସାହୁ ଓ ଅଜିତ ଗାଇଗୈାରିଆ, କାର୍ଯ୍ୟକାରୀ ସଦସ୍ୟ ଆଲୋକ ସିଂ କହଁର, ଚିଦାନନ୍ଦ ସାହୁ, ପଙ୍କଜ ଜାନୀ, କାହ୍ନୁଚରଣ ମଲିକ ପ୍ରମୁଖ ନିଜର ସଂଘିୟ ଦାୟିତ୍ୱ ସୂଚାରୁରୂପେ ସଂପାଦନ କରିବାକୁ ଶପଥପାଠ କରିଥିଲେ। ଏହି ଅବସରରେ ସିଇସି ସଦସ୍ୟ ଭାବରେ ମୋହନ ପାତ୍ରଙ୍କୁ ମନୋନୀତ କରାଯାଇଥିବା ସଭାପତି ଶ୍ରୀମିଶ୍ର ଘୋଷଣା କରିଥିଲେ। ନୂତନ କର୍ମକର୍ତାଙ୍କୁ ଶପଥ ପାଠ ଉତ୍ସବରେ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିବାବେଳେ ବିଭୁତି ବେହେରା ଅତିଥି ପରିଚୟ ପ୍ରଦାନ ଓ ମଂଚ ପରିଚାଳନା କରିଥିଲେ। ଶେଷରେ ପେମଜିତ ଝାଙ୍କରଙ୍କ ନିର୍ଦ୍ଦେଶନାରେ କୁନି କୁନି ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବବେଷଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top