ବୈାଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ବୌଦ୍ଧ,୧୫ା୦୬(ଓଡ଼ିଆ ପୁଅ-ସଜ୍ଜନ କୁମାର ଅଗ୍ରୱାଲା): ବୈାଦ୍ଧରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ମୋଟରସାଇକେଲ ଶୋଭାଯାତ୍ରା, ରକ୍ତଦାନ ଶିବିର ଓ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ମିଳନୀ କକ୍ଷରେ ସ୍ୱେଚ୍ଛାକୃତ ରକ୍ତଦାତା ପ୍ରବର୍ତକ ସଂଘର ସଭାପତି ପ୍ରବିର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥିଭାବେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ସଦାନନ୍ଦ ମିଶ୍ର, ଏ.ଡି.ଏମ୍.ଓ. ସୁଜାତା ମିଶ୍ର ଅନୀତା ପଟନାଏକ ଯୋଗଦେଇ ରକ୍ତଦାନର ମହତ୍ୱ ଓ ବର୍ତମାନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।

ବ୍ଲଡ୍ ବ୍ୟାଙ୍କ ଅଧିକାରୀ ମଳୟ କୁମାର ସାହୁ ବୈାଦ୍ଧଜିଲ୍ଲାରେ ମାସକୁ ୩ଶହ ୟୁନିଟ ରକ୍ତ ଆବଶ୍ୟକତା ଥିବାବେଳେ ୫୦ ପ୍ରତିଶତ ରକ୍ତଦାନ ଶିବିରରେ ଓ ଅନ୍ୟ ୫୦ପ୍ରତିଶତ ରକ୍ତଦାନ ବଦଳରେ ମିଳିପାରୁଛି। ପ୍ରବର୍ତକ ସଂଘର ସମ୍ପାଦକ ଦେବାଶିଷ ପୁରୋହିତ ପ୍ରତି ରକ୍ତ ଭଣ୍ଡାରକୁ ମୋବାଇଲ ରକ୍ତ ସଂଗ୍ରହ ବ୍ୟାନ ଓ ପ୍ରତିମାସରେ ରକ୍ତଦାନ ଶିବିର ପାଇଁ ବୈଠକ ଅନୁଷ୍ଠିତ କରି ସମୀକ୍ଷା କରାଗଲେ ରହୁଥିବା ଅଭାବକୁ ସମାଧାନ କରାଯାଇ ପାରିବ। ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରିଥିବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତ ଦାନ ଉପରେ ଏକ ସଚେତନତା ମୋଟର ସାଇକେଲ ଶୋଭାଯାତ୍ରା ସହର ପରିକ୍ରମା ହୋଇଥିଲା।

ରକ୍ତ ଦାନ ଶିବିରରେ ରକ୍ତଦାତାମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ଜିଲ୍ଲାର ଶ୍ରେଷ୍ଠ ରକ୍ତଦାତା ତାଙ୍କର ୧୦୮ତମ ୟୁନିଟ ରକ୍ତ ଦେଇଥିଲେ। ସହ ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ରକ୍ତଦାନ ଶିବିରରେ ଟେକନିସିଆନ ଚତୁର୍ଭୁଜ ବାରିକ, ଦିଲ୍ଲିପ ଭୋଇ, ଦେବଦତ କିଷାନ, ରୁତମ୍ଭରା ସାହୁ , ଚକ୍ରପାଣି ପଟନାୟକ ପ୍ରଭୃତି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *