ଓଡ଼ିଶା

ବୈାଦ୍ଧଜିଲ୍ଲାରେ ଖୋର୍ଦ୍ଧା ବଲାଙ୍ଗିର ରେଳପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା ଚକ୍ର

ବୌଦ୍ଧ,୨୪ା୦୩(ସଜ୍ଜନ କୁମାର ଅଗ୍ରୱାଲା) ସଜ୍ଜନ କୁମାର ଅଗ୍ରୱାଲା): ୧୯୪୫ ମସିହାରୁ ପ୍ରସ୍ତାବିତ ଖୋର୍ଦ୍ଧା ବଲାଙ୍ଗିର ରେଳପ୍ରକଳ୍ପ ୧୯୯୪ ଠାରୁ ଆରମ୍ଭ ହୋଇଥିବା ବେଳେ ଦୀର୍ଘ ୨୫ବର୍ଷ ଭିତରେ କାର୍ଯ୍ୟର ଅଗ୍ରଗତିକୁ ନେଇ ଜନସାଧାରଣରେ ଚର୍ଚ୍ଚା ହେଉଅଛି । ବୈାଦ୍ଧଜିଲ୍ଲାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପର ଗୁରୁତ୍ୱ ପୁର୍ଣ୍ଣ ଭୂମିକା ରହୁଥିବାରୁ ଏହାର ନିର୍ମାଣ କାର୍ଯ୍ୟ କିପରି ସମୟସୀମା ଭିତରେ ସମ୍ପୁର୍ଣ୍ଣ କରାଯାଇ ପାରିବ ସେଥିପାଇଁ ବୈାଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ସର୍ବଶିକ୍ଷା ଅଭୀଯାନ ସମ୍ମିଳନୀ କକ୍ଷଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ସମ୍ପଦ କୁମାର ଅଗ୍ରଓ୍ୟାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ସମ୍ପାଦକ ଶଶାଙ୍କ ଶେଖର ମିଶ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଦସ୍ୟ ଦେବାଶିଷ ପୁରୋହିତ ପ୍ରକଳ୍ପ ଉପରେ ବିବୃତି ପ୍ରଦାନ କରି ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଭୂ ଅର୍ଜନ ମଣ୍ଡଳ ଅଧିକାରୀ ଚିତରଞ୍ଜନ ବିଶ୍ୱାଳ କାର୍ଯ୍ୟାଳୟ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ବଲାଙ୍ଗିର ରେଳବିଭାଗର ଉପ ନିର୍ବାହୀ ଅଧିକାରୀ ଶିବ ଶଙ୍କର ମିଶ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ଉକ୍ତ ପ୍ରକଳ୍ପ ପାଇଁ ବର୍ତମାନ ଅର୍ଥର ଅଭାବ ନାହିଁ ଜମି ଅଧିଗ୍ରହଣ କାର୍ଯ୍ୟସାରି ହସ୍ତାନ୍ତର କଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଜିଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଜଙ୍ଗଲ ଜମିକୁ ହସ୍ତାନ୍ତର କରିବା ପାଇଁ ସରକାରଙ୍କ ନିୟମାନୁଯାୟୀ କାର୍ଯ୍ୟ ଚାଲିଛି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବୈାଦ୍ଧଜିଲ୍ଲାର ମୁଖ୍ୟ ଯୋଜନା ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଧାନ୍ୟ ଦେଇ ଖୋର୍ଦ୍ଧା ବଲାଙ୍ଗିର ରେଳପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସରକାରଙ୍କ ୨୦୧୩ ମସିହାରେ ଜମି ଅଧିଗ୍ରହଣ ନିୟମରେ ପରିବର୍ତନ କରାଯାଇଥିବାରୁ କାର୍ଯ୍ୟଧାରାରେ ବିଳମ୍ବ ଘଟିଛି । ୨୦୧୮ ମସିହା ମେମାସ ଠାରୁ ୧୯ଧାରା ବିଜ୍ଞପ୍ତି ଜାରି କରିବାରେ ଜମିମାଲିକମାନଙ୍କୁ ଅର୍ଥ ପ୍ରଦାନ କରାଯିବ ଓ ରେଳବିଭାଗକୁ ଜମି ହସ୍ତାନ୍ତର କରାଯିବ । ସରକାରୀ ଜମି ମଧ୍ୟ ଖୁବଶିଘ୍ର ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଆଲୋଚନାରେ ବରିଷ୍ଠ ଆଇନଜିବୀ ସଚ୍ଚିଦାନନ୍ଦ ଦଲାଲ, ସୁଧିର କର୍ଣ୍ଣ, ବିଶ୍ୱେଶ୍ୱର ପୃଷ୍ଟି, ବୁଦ୍ଧିଜିବୀ ଗୈାରୀଶଙ୍କର ଅଗ୍ରଓ୍ୟାଲା, ଗୁରୁ ପ୍ରସାଦ ଦାଶ. ସନ୍ତୋଷ ଅଗ୍ରଓ୍ୟାଲା, ବିପ୍ର ଚରଣ ମହାନ୍ତି, ଅବକାଶ ସାହୁ, ଟୁନୁରାମ ଅଗ୍ରଓ୍ୟାଲା, ସୂର୍ଯ୍ୟନାରାୟଣ ମହାପାତ୍ର, ଅକ୍ଷୟ କୁମାର ମହାନ୍ତି, ରାୟ ସଞ୍ଜୀବ କୁମାର ଦେଓ, ମନୀଷ ଅଗ୍ରଓ୍ୟାଲା ପ୍ରମୁଖ ପ୍ରକଳ୍ପ ସମ୍ପର୍କରେ ପ୍ରଶ୍ନ ଉତ୍ଥାପନ କରିଥିଲେ । ଉପସ୍ଥିତ ଅଧିକାରୀ ନିଜ ନିଜ ବିଭାଗର ଉତର ରଖିଥିଲେ । ଏହି ଆଲୋଚନା ବୈଠକରେ ବୈାଦ୍ଧର ବୁଦ୍ଧିଜିବୀ ଓ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ । ଶେଷରେ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top