ବୈତରଣୀ ମାଛଧରା ନିୟମକୁ ନେଇ ମସô୍ୟଜୀବୀ କ୍ଷୁବ୍ଧ

ଭଦ୍ରକ, ୨୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଦେଇ ସାଳନ୍ଦୀ, ମନ୍ତେଇ ଓ ବୈତରଣୀ ନଦୀ ବୋହିଯାଇଛି । ବୈତରଣୀ ନଦୀଟି ଚାନ୍ଦବାଲି ମୁଖ୍ୟ ସହର ଦେଇ ଧାମରା ଆଡକୁ ମୁହାଁଇଥିବାବେଳେ ଏହି ନଦୀକୁ ରାଜସ୍ୱ ବିଭାଗ ନିଲାମ ଦେଇଛି ମସô୍ୟଜୀବୀ ସୋସାଇଟିକୁ । ବୈତରଣୀ ନଦୀକୁ ରାଜସ୍ୱ ଆଦାୟ ପାଇଁ ନିଲାମ ଦେଇ ରାଜସ୍ୱ ବିଭାଗ ଓ ଫିସରି ଅଫିସର ନିଦାବିଷ୍ଣୁ ସାଜିଥିବାବେଳେ ସୋସାଇଟିର ସଭାପତିଙ୍କ କଡା ଆଦେଶ ପାଇଁ ଏବେ ୧୦୦ ରୁ ଅଧିକ ମସô୍ୟଜୀବୀ ପରିବାରର ଜୀବିକା ହରାଇଛନ୍ତି । ବୈତରଣୀ ନଦୀର ୧୪ କିଲୋମିଟର ପର୍ଯ୍ୟନ୍ତ ନିଲାମ କରିଛନ୍ତି ରାଜସ୍ୱ ବିଭାଗ । ତେବେ ଏହି ୧୪ କିଲୋମିଟରରୁ ୧୦ କିଲୋମିଟର ଲମ୍ବ ନଦୀକୁ ନିଲାମ ନେଇଛନ୍ତି ଯୁବ ପ୍ରାଥମିକ ମସô୍ୟଜୀବୀ ସଂଘ ସମବାୟ ସମିତି । ନିଲାମ ନେବା ପରେ ନଦୀକୁ ଖଣ୍ଡ ଖଣ୍ଡ କରି ଭାଙ୍ଗୁଛନ୍ତି ନିଜ କାଗଜ କଲମରେ ଏବଂ ଯେଉଁ ମସô୍ୟଜୀବୀ ସେହି ନଦୀ ପାଣିକୁ ମାଛ ମାରିବାକୁ ଯିବ, ତାଙ୍କୁ ୫ ହଜାର ଟଙ୍କା ରସିଦ୍ କାଟିବାକୁ ଆଇନ୍ ତିଆରି କରିଛି ସମିତି । ବୈତରଣୀ ନଦୀର କଉଡିଆ ଜୋର ଠାରୁ କସ୍ତୁରୀ କଣ ପର୍ଯ୍ୟନ୍ତ ଚାଲିଛି ଏହି ଘୋଟାଲା । ନଦୀକୂଳିଆ ୫ ରୁ ୬ ଖଣ୍ଡ ଗାଁର ୧୦୦ ରୁ ଅଧିକ ଅଧିବାସୀ ଏହି ନଦୀରେ ମାଛ ମାିର ଜୀବିକା ନିର୍ବାହ କରନ୍ତି । ଯେଉଁମାନେ ୫ ହଜାର ଟଙ୍କା ରସିଦ୍ କାଟୁଛନ୍ତି ସେମାନେ ନଦୀକୁ ଡଙ୍ଗା ଗଡାଇପାରିବେ ବୋଲି ନିଲାମଧାରୀ ସୂଚନା ଦେଇଛନ୍ତି । ତେଣୁ ବାପ ଗୋସାପ ଅମଳରୁ ମାଛ ମାରି ନଦୀରେ ଜୀବିକା ନିର୍ବାହ କରୁଥିବା ମସô୍ୟଜୀବୀ ପରିବାର ଦୁଇମାସ ହେଲା ଉପାସରେ ରହିଛନ୍ତି । ନଦୀ ନିଲାମ ନେଇଥିବା ଅନ୍ୟ ସୋସାଇଟି ୪୦୦ ରୁ ୫୦୦ ଟଙ୍କା ନେଉଥିବାବେଳେ ଏହି  ସୋସାଇଟି ୫ ହଜାର ଟଙ୍କା ଦାବି କରିବା ପରେ ଏବେ ଆନେ୍ଦାଳନର ରୂପ ନେଇଛି । ଯଦି ନଦୀକୁ ମାଛ ମାରିବାକୁ ଯାଉଛନ୍ତି, ସେମାନଙ୍କ ଜାଲ ଓ ଡଙ୍ଗା ଗୁଣ୍ଡା ଲଗାଇ ନିଆଯାଉଛି । ଏ ବାବଦରେ ଯୁବ ପ୍ରାଥମିକ ମସô୍ୟଜୀବୀ ସମବାୟ ସମିତିର ସଭାପତି କୁହନ୍ତି – ଏମାନେ ବେଆଇନ୍ ଭାବେ ରସିଦ୍ ନକାଟି ମାଛ ମାରୁଛନ୍ତି । ଏମାନେ ସରକାରୀ ଭାବେ ସଭ୍ୟ ହୋଇନାହାଁନ୍ତି । ରସିଦ୍ ଦେଇ ସଭ୍ୟ ହେଲେ ନଦୀକୁ ଯିବେ । ଏ ବାବଦରେ ଫିସରି ଅପିସ୍ର ଶଶିକାନ୍ତ ନାୟକଙ୍କ ମତାମତ ନେବାରୁ ସେ କୁହନ୍ତି- ତୁରନ୍ତ ମସô୍ୟଜୀବୀଙ୍କ ସମସ୍ୟାର ସମାଧାନ କରାଯିବ । ୬୦ ଦିନ ହେଲା ନଦୀକୁ ନଯାଇ ଉପାସରେ ପଡି ରହିଥିବା ମସô୍ୟଜୀବୀ ନରହରି ମାଇତି, ମାନସ ନାୟକ ପ୍ରମୁଖ କୁହନ୍ତି ଆମର ବଳ ନାହିଁ, ନଦୀରେ ଗୁଣ୍ଡା ଲଗାଇ ମାଡପିଟ କରିବୁ । ଆମେ ନ୍ୟାୟ ପାଇବା ପାଇଁ ତହସିଲ ଆଗରେ ଖୁବ୍ ଶୀଗ୍ର ଗଣଧାରଣା ଦେବୁ ।

Leave a Reply

Your email address will not be published. Required fields are marked *