ଜିଲ୍ଲା ପରିକ୍ରମା

ବୈତରଣୀ ବାଲିଚର ମସô୍ୟଜୀବୀ ମହାସଂଘ ଅବହେଳିତ ମାଛଧରା ଜେଟି-ବିଜୁଳି-ପିଇବା ପାଣି ଅଭାବ

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଧାମରା ଅଂଚଳରେ ଥିବା ଦୋସିଙ୍ଗା ପଂଚାୟତ ତଥା ଧାମରା ପ୍ରତିରକ୍ଷା କେନ୍ଦ୍ର ନିକଟସ୍ଥ ଚନ୍ଦିନୀପାଳ ମାଛ ନିଲାମ କେନ୍ଦ୍ରର ବାର୍ଷିକ ୨୦ ହଜାର ମେଟି୍ରକ୍ ଟନ୍ ମାଛ ଉତ୍ପାଦନ କରାଯାଉଛି । ଭଦ୍ରକ ଜିଲାର କଶିଆ, ଚୂଡାମଣି, ବାଲେଶ୍ୱର ଜିଲାର ବାହାବଳପୁର, ବଳରାମ ଗଡି, କେନ୍ଦ୍ରାପଡା ଜିଲାର ଜମ୍ମୁ, ଖରନାସୀ ଏବଂ ନିକଟସ୍ଥ ପଶ୍ଚିମବଂଗର ଦୀଘା ମସô୍ୟଜୀବୀ ତଥା ବ୍ୟବସାୟୀ ନିର୍ଭର କରିଥାଆନ୍ତି । ପ୍ରତିବର୍ଷ ଏଠାରୁ ସର୍ବାଧିକ ୨୦ ହଜାର ମେଟ୍ରିକ୍ ଟନ୍ ମାଛ ନିଲାମ ହୋଇଥାଏ । ଏହି ମାଛ ଏଠାରୁ ନିଲାମ ହେବା ପରେ ସୁଦୂର ଦୀଘା, କାକିନଡା, ମୁମ୍ବାଇ ତଥା ଚେନ୍ନାଇକୁ ମାଛ ରପ୍ତାନୀ ହୋଇଥାଏ । ଏହି ମାଛ ନିଲାମ କେନ୍ଦ୍ର ଉପରେ ନିର୍ଭର କରି ଚଳୁଥିବା ମସô୍ୟଜୀବୀଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି ।  ସରକାର ଏହି ମସô୍ୟଜୀବୀଙ୍କ ପାଖରୁ ରାଜସ୍ୱ ଆଦାୟ କରୁଥିବାବେଳେ ପାରିପାଶ୍ୱର୍ିକ ଅବସ୍ଥାକୁ ଦେଖି ମଧ୍ୟ ନ ଦେଖିବା ପରି ଅବସ୍ଥା ଉପୁଜିଛି । ଦିନକୁ ଦିନ ହା ହୁତାସ ତଥା ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଏହି ମାଛ ନିଲାମ କେନ୍ଦ୍ର । ଚନ୍ଦନିପାଳ ପ୍ରତିରକ୍ଷା ଘାଟି ଠାରୁ ମାତ୍ର ୨ ଷହ ମିଟର ଥିବା ଦୂରରେ ଏହି ମାଛ ନିଲାମ କେନ୍ଦ୍ରକୁ ଥିବା ରାସ୍ତାକୁ ଓସାରିଆ ମସô୍ୟବିଭାଗ କରିବା ପାଇଁ ସର୍ବସାଧାରଣରେ ଦାବି ହୋଇଛି । ସେହିପରି ବୋଟ ଗୁଡିକ ପାଇଁ ଚନ୍ଦନିପାଳ ଠାରେ ଜେଟି ନଥିବା ବେଳେ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଏଠାରେ ଏକ ଜେଟି ନିର୍ମାଣ ସହ ନିଲାମ ଗୃହର ପୁନଃରୁଦ୍ଧାର ପାଇଁ ଦାବି ଜୋର ଧରିଛି । ଏହି ଜେଟି ନିର୍ମାଣ ହୋଇପାରିଲେ ଶହ ଶହ ମସô୍ୟଜୀବୀ ସହଜରେ ମାଛ ବୋଟରୁ ଓହ୍ଲାଇବା ସହ ନିଜର ବ୍ୟବହାର ଉପଯୋଗୀ ସମସ୍ତ ଜିନିଷ ସୁରୁଖୁରୁରେ ନିଜ ନିଜ ବୋଟ୍ରେ ଲୋଡ ଏବଂ ଅନଲୋଡ କରିପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ସେହିପରି ଏହି ମସô୍ୟଜୀବୀମାନଙ୍କ ପାଇଁ ଚନ୍ଦନିପାଳ ଠାରେ ହାଇମାଷ୍ଟ ଲାଇଟ୍, ପାନୀୟ ଜଳର ତଥା ମଧୁର ଜଳର ସୁବନେ୍ଦାବସ୍ତ ଏବଂ ମାଛ ନିଲାମ ଗୃହରେ ନିଷ୍କାସିତ ପାଣିକୁ ଶୋଧନ କରି ସମୁଦ୍ରକୁ ଛଡାଯିବା ସହ ବର୍ଷାଜଳ ନିଷ୍କାସିତ ହେବାକୁ ଡ୍ରେନ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଦିନକୁ ଦିନ ଚନ୍ଦନିପାଳ ମାଛ ନିଲାମ କେନ୍ଦ୍ର ଏବଂ ତାର ଆଖପାଖ ଅଂଚଳ ଗୁଡିକୁ ସାଧାରଣ ଅବରୋଧ କାରୀ ଅବରୋଧ କରିଥିବାରୁ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହେଉଥିବା ଦେଖାଯାଇଛି । ଏହି ସରକାରୀ ସ୍ଥାନରେ ଥିବା ଅବରୋଧକାରୀମାନଙ୍କୁ ହଟାଇବା ଏବଂ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଯଥା ସମ୍ଭବ କରିବା ପାଇଁ ମସô୍ୟଜୀବୀ ସଂଘର ଅଶୋକ ଗିରି, ଅମର କୁମାର ଜେନା, ଗୟାଧର ନାୟକ, ନନ୍ଦଲାଲ ମଣ୍ଡଳ, ସନ୍ତୋଷ କୁମାର ଜେନା, ଶଶାଙ୍କ ଶେଖର ଜେନା, ଦୀନବନ୍ଧୁ ବିଶ୍ୱାଳ, ସୁମନ୍ତ ପ୍ରଧାନ, ଶାନ୍ତନୁ ସୀଟ, ଦୁଲାଲ ସିଂ, ଶଙ୍କର ଗିରି, ସୁଦର୍ଶନ ମାଇତି ପ୍ରମୁଖ ଦାବି ଜଣାଇଛନ୍ତି । ଏହି ଅବ୍ୟବସ୍ଥାରେ ସୁଧାର ଆସିଲେ କେବଳ ଭଦ୍ରକ ଜିଲା ନୁହେଁ କେନ୍ଦ୍ରାପଡା, ବାଲେଶ୍ୱର ତଥା ନିକଟବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗର ବହୁ ମସô୍ୟଜୀବୀ ଉପକୃତ ହୋଇପାରିବେ ବୋଲି ଧାମରାଇ ମସô୍ୟଜୀବୀ ସଂଘର ସଭାପତି ଅଭିମନୁ୍ୟ ରାଉତ, ସଂପାଦକ ପ୍ରଫୁଲ୍ଲ ଜେନା, ନିତ୍ୟାନନ୍ଦ ବେହେରା, ଗୁଇ ମୋହନ ଜେନା ପ୍ରମୁଖ ମତ ପୋଷଣ କରିଛନ୍ତି । ସରକାରୀ ମସô୍ୟଜୀବୀ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏହାର ସମାଧାନ କରିବା ଦରକାର ବୋଲି ଅଂଚଳବାସୀ ଦାବି ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top