ଜିଲ୍ଲା ପରିକ୍ରମା

ବୈତରଣୀ ବାଲିଚର ମତ୍ସ୍ୟଜିବୀ ସଂଘର ବାର୍ଷିକ ବୈଠକ

ଭଦ୍ରକ, ୧୪ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଚନ୍ଦନୀପାଳ ଠାରେ ଥିବା ବୈତରଣୀ ବାଲିଚର ମତ୍ସ୍ୟଜିବୀ ସଂଘର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଧାମରା ମତ୍ସ୍ୟଜିବୀ ସଂଘର ସଭାପତି ଅଭିମନ୍ୟୁ ରାଉତଙ୍କ ସଭାପତିତ୍ୱରେ ହୋଇଥିବା ବେଳେ ଏପ୍ରିଲ ୧୪ତାରିଖ ଠାରୁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ୬୧ ଦିନ ମାଛ ଧରା ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିଲା । ଏହି ସମୟ ମଧ୍ୟରେ କୌଣସି ବୋଟ ସମୁଦ୍ରକୁ ମାଛ ଧରିବାକୁ ଯିବେ ନାହିଁ ବୋଲି ସଭାରେ ଆଗତ ପ୍ରସ୍ଥାବକୁ ସମ୍ମତି ପ୍ରଦାନ କରାଯାଇଥିଲା । ଏହି ସମୟ ମଧ୍ୟରେ ସରକାର ମତ୍ସ୍ୟଜିବୀଙ୍କ ପରିବାରକୁ ଦେଉଥିବା ପିଡିଏସ ଚାଉଳକୁ ପୁନଃ ଯୋଗାଇ ଦେବା ପାଇଁ ସର୍ବସମତି କ୍ରମେ ଦାବୀ ଗୃହୀତ ହୋଇଥିଲା । ଆଗାମୀ ଦିନରେ ସମସ୍ତ ମତ୍ସ୍ୟଜିବୀ ରାଜ୍ୟ ସରକାରଙ୍କ ଉଦ୍ୱେଶରେ ଏକ ଦାବୀପତ୍ର ଦେବେ ବୋଲି ସ୍ତିରୀକୃତ ହୋଇଥିଲା । ଏହି ସମୟ ମଧ୍ୟରେ କୌଣସି ମତ୍ସ୍ୟଜିବୀ ନିୟମ ଉଲଂଘନ କଲେ ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବା ସହ ସେମାନଙ୍କର ବୋଟ ଲାଇସେନସ କୁ ରବ୍ଦ କରାଯିବ ବୋଲି ନିୟମ ଆଗତ କରାଯାଇଥିଲା ।ରାଜ୍ୟ ସରକାର ଦେଉଥିବା ତେଲ ସବସିଡ ବନ୍ଦ ହୋଇଯିବା ଯୋଗୁ ବୋଟ ମାଲିକ ମାନେ ବହୁ କ୍ଷତି ସହୁଛନ୍ତି ।  ଆଗାମୀ ଦିନରେ ବୋଟ ଚଳାଚଳକୁ ନେଇ ମାଲିକ ମାନେ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିିବା ପରିପ୍ରେକ୍ଷୀରେ ଏହି ତେଲ ସବସିଡ ଚଳାଇବାକୁ ମତ୍ସ୍ୟଜିବୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ଦାବୀ ପତ୍ର ଦେବେ ବାଲି ସ୍ତିରୀକୃତ ହୋଇଥିଲା । ଆଜିର ଏହି ବାର୍ଷିକ ବୈଠକରେ ମା ଧାମରାଇ ମତ୍ସ୍ୟଜିବୀ ସଂଘ ଧାମରା, ଗଙ୍ଗାମାତା ମତ୍ସ୍ୟ କମିଟି କାଳିନାଳୀ, ଗଙ୍ଗାମାତା ମତ୍ସ୍ୟଜିବୀ ସଂଘ କଷିଆ, ଟ୍ରଲର ମାଲିକ ସଂଘ ଚୁଡାମଣୀ, ଗଙ୍ଗାମାତା ଫିସରୀ ଆସୋସିଏସନ ତାଳଚୁଆ, ବେଙ୍ଗସାରୀ ମତ୍ସ୍ୟଜିବୀ ସଂଗ ତାଳଚୁଆ, ସାନକଟିଆ ମତ୍ସ୍ୟଜିବୀ ସଂଘ,ହାତିଆଗଣ୍ଡ ମତ୍ସ୍ୟଜିବୀ ସଂଘ, ମା ପଂଚୁବରାହୀ ମତ୍ସ୍ୟଜିବୀ ସଂଘ ପ୍ରଭାତୀ, ମାଧାମରାଇ ବଣିକ ମତ୍ସ୍ୟଜିବୀ ସଂଘ,ଶୁଖୁଆ ଖଟୀ, ଗଙ୍ଗାମାତା ମତ୍ସ୍ୟଜିବୀ ସଂଘ ରବିନ୍ଦ୍ର ନଗର ପ୍ରମୁଖ ସଂଘର ଅମର କୁମାର ଜେନା(ଗୁଇମନ), ନିତ୍ୟାନନ୍ଦ ବେହେରା, ଅଶୋକ ଗିରୀ,ଶଙ୍କର ଗିରୀ, ନନ୍ଦଲାଲ ମଣ୍ଡଳ,ନିଳକଣ୍ଠ ମଳିକ, ଅମଲ ପ୍ରଧାନ ଉତମ ଦେବନାଥ, ବଳରାମ ମାଝୀ, ନାରାୟଣ ଜେନା, ଦୁଲାଲ ସିଂ, ଗୟାଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକର ଶେଷରେ ଅମର କମାର ଜେନା ଚନ୍ଦନୀପାଳ ଠାରେ ଧାମରା ବନ୍ଦର କର୍ତୁପକ୍ଷ ହାଇମାଷ୍ଟ ଲାଇଟ ଏବଂ ପାନୀୟ ଜଳର ସୁବନ୍ଦବୋସ୍ତ କରିବାକୁ ମଧ୍ୟ ଏକ ଦାବୀ ଆଗତ ହୋଇଥିଲା । ମତ୍ସ୍ୟଜିବୀ ସଂଘ ଆଗାମୀ ଦିନରେ ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଭେଟି ନିଜର ଦାବୀ ଆଗତ କରିବା ସହ ମତ୍ସ୍ୟଜିବୀ ମାନଙ୍କୁ ସମସ୍ତ ସହାୟତା କରିବାକୁ ଏକ ଦାବୀପତ୍ର ଦେବେ ବୋଲି ଧାମରା ମତ୍ସ୍ୟଜିବୀ ସଂଘର ସଭାପତି ଅଭିମନ୍ୟୁ ରାଉତ ମତ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top