ଓଡ଼ିଶା

ବୈତରଣୀ ନଦୀରେ ବନ୍ୟା ମୁକାବିିଲା ନିମନ୍ତେ ଜିଲ୍ଲା ପ୍ରସାଶନ ପକ୍ଷରୁ ପ୍ରସ୍ତୁତି ବୈଠକ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଲଘୁଚାପ ଜନିତ ଲଗାଣ ବର୍ଷାହେବା ଫଳରେ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି। ବୈତରଣୀ ନଦୀର ବିପଦସଂଙ୍କେତ ଜଳସ୍ତର ୧୭.୮୩ମିଟର ଥିବାବେଳେ ଆଜି ଅପରାହ୍ନ୫ଟାସୁଦ୍ଧା ୧୭.୩୦ ମିଟର ଜଳସ୍ତର ପ୍ରବାହିତ ହେଉଛି। ଆଜି ରାତିସୁଦ୍ଧା ଜଳସ୍ତର ବୃଦ୍ଧିପାଇବା ଆଶଙ୍କାଥିବାରୁ ବନ୍ୟାପ୍ରବାହିତ ଭଣ୍ଡାରୀପୋଖରୀ, ଧାମନଗର ଅଂଚଳରେ ବନ୍ୟାଜଳ ମାଡ଼ିବାର ଆଶଙ୍କା କରାଯାଉଛି। ଏଥିପାଇଁ ଜିଲ୍ଳାପ୍ରଶାସନ ପକ୍ଷରୁ ଜିଲ୍ଳାପାଳ ଜ୍ଞାନଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ଭାବ୍ୟ ବନ୍ୟାକୁ କିପରି ମୁକାବିଲା କରାଯିବା ସହ ଲୋକମାନଙ୍କର ଧନଜୀବନ ସୁରକ୍ଷା ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଳାପାଳ ସୂଚାର ବଳ, ଡ଼େପୁଟି କଲେକ୍ଟର ଜରୁରୀ କାଳୀନ ରାଜେନ୍ଦ୍ର ପଣ୍ଡା, ସିଡ଼ିଏମ୍ଓ ଡ଼ାକ୍ତର ମହମ୍ମଦ ଅବଦୁଲ ରସିଦ୍, ଜଳ ଓ ପରିମଳ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ ଅନ୍ତର୍ଯ୍ୟାମୀ ନାୟକ, ଧାମନଗର ଓ ଭଣ୍ଡାରୀପୋଖରୀର ବିଡ଼ିଓ ଓ ତହସିଲଦାର, ଭାରପ୍ରାପ୍ତ ଜିଲ୍ଲାଯୋଗାଣ ଅଧିକାରୀ, ଓସଡ୍ରମା ଜିଲ୍ଲାପ୍ରକଳ୍ପ ଅଧିକାରୀ ଭଦ୍ରକ କାର୍ଯ୍ୟନିର୍ବାହୀ ଅଧିକାରୀ, ଜଳନିଷ୍କାସନ ବିଭାଗର ନିର୍ବାହୀ ଯନ୍ତ୍ରୀ ସମେତ ଅନ୍ୟାନ ଅଧିକାରୀମାନେ ଯୋଗଦେଇଥିଲେ। ଭଣ୍ଡାରୀପୋଖରୀ ବ୍ଲକର ୯ଟି ଗ୍ରାମପଞ୍ଚାୟର ୩୯ଟି ଗ୍ରାମ ଓ ଧାମନଗର ବ୍ଲକର ୨୫ଟି ଗ୍ରାମପଂଚାୟତର ୧୦୫ଟି ଗ୍ରାମ ବନ୍ୟାପ୍ଲାବିତ ହେବାର ଆଶଙ୍କା କରାଯାଇଛି। ଏହିସବୁ ଅଂଚଳରୁ ଖାଲୁଆ ସ୍ଥାନର ଲୋକମାନଙ୍କୁ ଉଚ୍ଚା ସ୍ଥାନକୁ ସ୍ଥାନାନ୍ତରିତ କରିବା ଓ ଖାଦ୍ୟସାମଗ୍ରୀ, ଗୋଖାଦ୍ୟ, ଶୁଖିଲା ଖାଦ୍ୟ ସ୍ଥାନୀୟ ପଞ୍ଚାୟତ ଗୋଦାମଘରେ ଆଗୁଆ ମହଜୁଦ୍ ରଖିବାକୁ ଜିଲ୍ଳାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାଆଶଙ୍କା ଥିବାରୁ ସ୍ଥାନୀୟ ବ୍ଲକଅଧିନରେ ଥିବା ଗ୍ରାମପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ପଂଚାୟତ ହେଡ଼କ୍ୱାଟରେ ଆଲଟ ରହି ବନ୍ୟାର ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମ୍ଭାବ୍ୟ ବନ୍ୟାନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ତହସିଲ ଓ ବିଡ଼ିଓମାନେ ହେଡ଼କ୍ୱାଟରରେ ରହି ଗ୍ରାମପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ ରଖିବାକୁ କୁହାଯାଇଛି। ବନ୍ୟା ପୂର୍ବରୁ ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକରେ ଦଶହଜାର ଲେଖାଏଁ ପାଣିପାଉଚ ମହଜୁଦ୍ କରି ରଖିବାକୁ ଜଳଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀକୁ କୁହାଯାଇଛି। ସେହିପରି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଭଣ୍ଡାରୀପୋଖରୀ ଓ ଧାମନଗର ଠାରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ଖୋଲାଯିବା ସହ ଆଗୁଆ ଫାଷ୍ଟଏଡ଼ ଓ ଔଷଧ ଗଛିତକରି ରଖିବାକୁ ସିଡ଼ିଏମ୍ଙ୍କୁ କୁହାଯାଇଛି। ଏହି ବନ୍ୟା ଆଶାଙ୍କା ଅଂଚଳରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦରଖିବାକୁ ସ୍ଥାନୀୟ ସିଡିପିଓଙ୍କୁ କୁହାଯାଇଛି। ବନ୍ୟାର ସ୍ଥିତଅନୁଧ୍ୟାନ କରିବାକୁ ଭଣ୍ଡାରୀପୋଖରୀ ବ୍ଲକ୍ର ନୋଡାଲ ଅଫିସରଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଧାମନଗରବ୍ଲକ୍ର ନୋଡାଲ ଅଫିସର ଭାବରେ ଉପଜିଲ୍ଲାପାଳ ସୂଚାର ବଳଙ୍କୁ ଦାୟିତ୍ୱ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top