ଓଡ଼ିଶା

ବୈତରଣୀ ନଦୀରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର

ପାଟଣା, ତା୧୮/୦୮(ଓଡ଼ିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଣମହୁଲଡିହା ନିକଟସ୍ଥ ବୈତରଣୀ ନଦୀରୁ ଆଜି ଅପରାହ୍ନରେ ଘଟଗାଁ ପୋଲିସ ପାଟଣା ଅଗ୍ନିଶମ ବିଭାଗ ସହାୟତାରେ ଏକ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର କରିଛି। ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଲୋକମାନେ ନଦୀରେ ମାଛଧରୁଥିବା ସମୟରେ ଶବଟି ଭାସୁଥିବା ଦେଖି ପୋଲିକୁ ଖବର ଦେଇଥିଲେ ମଧ୍ୟ ରାତି ଅନ୍ଧାରରେ ଉଦ୍ଧାର କରିବା ସମ୍ଭବ ନହେବାରୁ ଆଜି ଘଟଗାଁ ଥାନାଧିକାରୀ ସତୀଶ ଚନ୍ଦ୍ର ନାଏକ, ଏଏସଆଇ ସହଦେଵ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପାଟଣା ଅଗ୍ନିଶମ ବିଭାଗ ସହାୟତା ରେ ବୈତରଣୀ ନଦୀର ବିପଦପୂର୍ଣ୍ଣ ପଥର ଗର୍ତ୍ତ ଭିତରୁ ଶବଟିକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକ ଜଣକର ବୟସ ୨୦ରୁ୨୨ ବର୍ଷ ମଧ୍ୟରେ ହେବା ଅନୁମାନ କରାଯାଉଥିବା ବେଳେ ଏହା କେଉଁଠୁ ଓ କିପରି ଏଠାକୁ ଆସିଲା ଜଣାପଡିନାହିଁ। ତେବେ ଗତ ସୋମବାର ନଦୀରେ ଭାସିଯାଇଥିବା କାଉଡିଆ ବୋଲି ଅନୁମାନ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top