ଜିଲ୍ଲା ପରିକ୍ରମା

ବୈତରଣୀ କୁ ଦବିଲା ୭୦ଫୁଟ ୨୦ନଂ ଜାତୀୟ ରାଜପଥ : ଆରଡି-ଯାଜପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –    ଭଦ୍ରକ ଜିଲାର ଆରଡିପୀଠ ଦେଇ ଯାଇଥିବା କୁଆଖିଆ-ସାତଭାୟା   ୨୦ନଂ ଜାତୀୟ ରାଜପଥର ପ୍ରାୟ ୭୦/୮୦ ଫୁଟ ରାସ୍ତା ଓଳଗ  ନିକଟସ୍ଥ ବୋଡକ ଠାରେ ହଠାତ ବୈତରଣୀ ମଧ୍ୟକୁ ଧସି ଯାଇଛି ।  ଯାହାଫଳରେ ୨ଟି ପର୍ଯ୍ୟଟନସ୍ଥଳ ଆରଡିପୀଠର ଆଖଣ୍ଡଳମଣି ଓ ଯାଜପୁରର ମା ବିରଜା କ୍ଷେତ୍ର ସମ୍ପୁର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଏବେ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଅଧିକାଂଶ ପର୍ଯ୍ୟଟକ ମା ବିରଜା କ୍ଷେତ୍ରରେ ଦର୍ଶନ ସାରିବା ପରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥାନ୍ତି । ଉକ୍ତ ରାସ୍ତା ୨ଟି ପର୍ଯ୍ୟଟନସ୍ଥଳର ମୁଖ୍ୟ ରାସ୍ତା ହୋଇଥିବାରୁ ବହୁ ପର୍ଯ୍ୟଟକ ଉଭୟ କ୍ଷେତ୍ରର ଦର୍ଶନରୁ ବଞ୍ଚିତ ରହିବେ ବୋଲି ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ଆରଡିପୀଠକୁ ପଡୋଶୀ ଜିଲାର ବହୁ ବ୍ୟବସାୟୀ ବିଭିନ୍ନ ପ୍ରକାରର ଜିନିଷ ଆଣି କିଣାବିକା କରିଥାନ୍ତି । ଏପରି ଘଟଣା ଘଟିବା ପରେ ଉକ୍ତ ବ୍ୟବସାୟୀମାନଙ୍କର ବେପାର ଠପ୍ ହୋଇଯାଇଥିବା ବଣିକ ମହାସଂଘ ପକ୍ଷରୁ ପ୍ରକାଶ ପାଇଛି । ଉକ୍ତ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ତିତିଲ ପ୍ରଭାବରେ ଦେଖା ଦେଇଥିବା ବୈତରଣୀ ନଦୀର ବନ୍ୟାଜଳ ସିଧାସଳଖ ଭାବେ ରାସ୍ତା ଦେଇ ଜନବସତିକୁ ମାଡ ଚାଲିବା ସହିତ ରାସ୍ତାର ଅଧିକାଂଶ ଭାଗ ନଦିଗର୍ଭକୁ ଚାଲିଯିବା ସହିତ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ଏପରି ଘଟଣା ଘଟିବା ୪ମାସ ବିତିଯାଇଥିଲେ ମଧ୍ୟ ଜାତୀୟ ରାଜପଥ  ବିଭାଗ ଓ ଜଳସେଚନ ବିଭାଗ ସମନ୍ୱୟ ଅଭାବ ଯୋଗୁ ଆଜି ଏପରି ବଡ ଦୁର୍ଘଟଣା ଦେଖା ଦେଲା ବୋଲି ସ୍ତାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ତାହାସହ ଦୀର୍ଘମାସ ଧରି ଭାରିଯାନ ଚଳାଚଳ ନକରିବା ଜୁଆର ସମୟରେ ରାସ୍ତରୁ ବଡବଡ ଅତାଡ ଖଣ୍ଡ ନଦିମଧ୍ୟକୁ ଧସିବା ଆଦି ସକ୍ରାନ୍ତରେ ଉଭୟ ବିଭାଗୀୟ ଅଧିକାରିଙ୍କୁ  ଜଣାଉଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନଥିଲା । ଫଳରେ ଭଦ୍ରକ ଜିଲାର ସିମାନ୍ତ ବର୍ତ୍ତୀ ଗାଁ ବୋଡକ ବାହ୍ୟ ଜଗତରୁ ବିଛିନ୍ନ ହୋଇଯିବ ବୋଲି ଆଶଙ୍କା ଦେଇଛି । ସେହିପରି ଉଚ୍ଚ ଶିକ୍ଷା ପାଇଁ ଦୈନଦିନ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ବୋଡକ ଗାଁ ସମେତ ଆଖପାଖ ।ଞ୍ଚଳର ପ୍ରାୟ ଶତାଧିକ ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍ ହୋଇଯାଇଛି । ସୂଚନା ଅନୁଯାୟୀ ଗତ୨ବର୍ଷ ତଳେ ବୈତରଣି ବନ୍ୟାଜଳରେ ଉକ୍ତ ସ୍ଥାନରେ ପ୍ରାୟ ୨ଶହ ଫୁଟ ରାସ୍ତା ନଦୀଗର୍ଭକୁ ଧସିଯିବା ପରେ କୋଟିକୋଟି ଟଙ୍କା ବ୍ୟୟ ବରାଦ କରାଯାଇ ନଦିକୂଳରେ ପଥର ପ୍ୟାକିଂ କରାଯିବା ସହିତ ରାସ୍ତାର ସ୍ଥାୟୀ ମରାମତି କରାଯାଇଥିଲା ହେଲେ ନଦୀ ପୁର୍ନବାର କୂଳ ଲଂଘି ରାସ୍ତକୁ ଗ୍ରାସ କରିବା ତାହା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ସମସ୍ୟା ବାବଦରେ ଏନ.ଏଚ ବିଭାଗର ପାଣିକୋଇଲି ଏସଡିଓ ସୁମିତି ସାହୁଙ୍କୁ  ପଚାରିବାରୁ  ଆସନ୍ତା ଶୁକ୍ରବାର ସୁଧା ଅସ୍ଥାୟୀ ମରାମତି କରାଯିବା ସହିତ ସ୍ଥାୟୀ ମରାମତି ନିମନ୍ତେ ଏଷ୍ଟିମେଣ୍ଟ ସରିଛି ଖୁବଶିଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top