ଓଡ଼ିଶା

ବୈତରଣୀରେ ତୃତୀୟ ବନ୍ୟା : ଭଣ୍ଡାରିପୋଖରୀରେ ଶତାଧିକ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ନଦୀ ଉପର ମୁଣ୍ଡ ତଥା ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀରେ ତୃତୀୟ ବନ୍ୟା ଆସି ୭ ଟି ପଂଚାୟତ ଜଳ ମଗ୍ନ ହୋଇଛି। ବୈତରଣୀ ନଦୀର ଆଖୁଆପଦା ଠାରେ ଜଳ ସ୍ତର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଦୁଇଦିନ ଧରି ବିପଦ ସଂକେତ ଉପରେ ଜଳ ପ୍ରଭାହିତ ହେଉଥିଲା। ଆଜି ଜଳସ୍ତର କମୁଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ବୈତରଣୀ ବନ୍ୟା ଜଳ କଂଟି ଘାଇ ଦେଇ ବ୍ଲକର ଷୋଳମ ପୁର, ମାଳଦା, ନପଙ୍ଗ, କୋରିଗାଁ, ବାଲିପୋଖରୀ, ରହଣିଆ ଆଦି ପଂଚାୟତକୁ ଜଳ ମଗ୍ନ କରି ରଖିଛି। ବୈତରଣୀର ଉପନଦୀ ଗେଙ୍ଗୁଟି ନଦୀରେ ମଧ୍ୟ ବନ୍ୟା ଆସିବାରୁ କୁରିଗାଁ ପଂଚାୟତର ଉପାନ୍ତ ଷଠଗାଁ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ତେବେ ବୈତରଣୀ ଓ ରେବ ନଦୀର ବନ୍ୟା ଜଳ ଚାଷ ଜମି ଗୁଡିକୁ ପ୍ରବେଶ କରିବା ଦ୍ୱାରା ୪ ହଜାର ହେକ୍ଟରରୁ ଅଧିକ ଜମି ଜଳମଗ୍ନ ହୋଇଛି। ଭଣ୍ଡାରିପୋଖରୀ ବ୍ଲକର ଦକ୍ଷିଣବାଡ, ନାଆମୀ, ନପଙ୍ଗ, ଷୋଳମ ପୁର, ମାଳଦା, କୋରିଗାଁ, ବାଲିପୋଖରୀ, ରହଣିଆ, ବନ୍ଦାଳ ମଡିଆଳୀ, ନିର୍ଗୁଣ୍ଡି, ଜଳମୁଣ୍ୁଆ, ନଗୁଆଁ, ରହଣିଆ, ବନ୍ତ ବ୍ଲକର ତୋଡଙ୍ଗା ପଂଚାୟତ ଆଦି ଜଳ ମଗ୍ନ ହୋଇରହିଛି। ଆଜି ଜିଲ୍ଲାପାଳ ଜ୍ଞାନ ଦାସ, ବିଡିଓ ବନମାଳି ତରାଇ, ତହସିଲଦାର ପ୍ରଣୟ କୁମାର ଜେନା, ବ୍ଲକ ଅଧକ୍ଷା ମଞ୍ଜୁଶ୍ରୀ ବେହେରା, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ପା୍ରକ୍ତନ ବ୍ଲକ ଅଧକ୍ଷ ପ୍ରଣତି କାନ୍ତି ସାମଲ ପ୍ରମୁଖ ବନ୍ୟା ଅଂଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରି ସମିକ୍ଷା କରିଥିଲେ। ତେବେ ବ୍ଲକ ଅଧକ୍ଷା ଶ୍ରୀମତୀ ବେହେରା ବନ୍ୟା ପ୍ଲାବିତ ପଂଚାୟତ ଗୁଡିକରେ ସରପଂଚ ମାନଙ୍କୁ ତତ୍ପର ରହିବା ପାଇଁ କହିବା ସହ ପଂଚାୟତ ଗୁଡିକରେ ଶୁଖିଲା ଖାଦ୍ୟ, ପାଣି ଓ ବ୍ଲିଚିଂ ପାଉଡର ମହଜୁଦ ରଖିବା ପାଇଁ କହିଛନ୍ତି। ବନ୍ୟା ଫଳରେ କ୍ଷତିଗ୍ରସ୍ତ ଚାଷ ଜମି ଗୁଡିକ ଅନୁଧ୍ୟାନ କରି ଶିଘ୍ର କ୍ଷତିପୁରଣ ଦବାକୁ ଅଧକ୍ଷା ଶ୍ରୀମତୀ ବେହେରାଙ୍କୁ ସରପଂଚ ଜଗବନ୍ଧୁ ଦାସ, ବିଜୟ ସ୍ୱାଇଁ, ବିଜୟ ଶଂକର ମହାନ୍ତି, ନମିତା ପାତ୍ର, କମଳ କୁମାର ନନ୍ଦ, ବଦ୍ରିନାରାୟଣ ପାତ୍ର, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଜଣାଇଛନ୍ତି। ଆଜି ବିଡିଓ ଓ ତହସିଲଦାର ବନ୍ୟା ପ୍ଲାବିତ ରହଣିଆ ଓ ମାଳଦା ପଂଚାୟତ ବୁଲି ଦେଖିବା ବେଳେ ଯୁବ ସମାଜସେବୀ ବିରେନ୍ଦ୍ର କୁମାର ନାୟକ, ପ୍ରତ୍ୟୁଷ ସାମଲ, ଉତ୍କଳ କେଶରୀ ମହାନ୍ତି, ସତ୍ୟବ୍ରତ ଜେନା ପ୍ରମୁଖଙ୍କ ସହିତ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top