ଓଡ଼ିଶା

ବୈତରଣୀରେ ତୃତୀୟ ବନ୍ୟା, କଣ୍ଟିଘାଇରେ ବନ୍ୟାଜଳ ପ୍ରବେଶ, ୬ଟି ପଂଚାୟତର ୩୬ ଟି ଗ୍ରାମ ଜଳବନ୍ଦୀ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀରେ ଚଳିତ ବର୍ଷର ତୃତୀୟ ବନ୍ୟା ଦେଖା ଦେଇଛି। ଲଘୁଚାପ ଜନିତ କାରଣ ଯୋଗୁ ୪୮ ଘଂଟା ହେବ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଥିବା ବେଳେ ନଦୀର ଉପରମୁଣ୍ଡରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇଥିଲା। ମିଳିଥିବା ସୂଚନା ମୂତାବକ ଆଖୁଆପଦା ଠାରେ ୧୧୦.୮, ସ୍ୱାମୀପାଟଣା ଠାରେ ୨୫.୮, ଆନନ୍ଦପୁର ଠାରେ ୪୧.୪, କେନ୍ଦୁଝର ଠାରେ ୩୩.୪, ଠାକୁରମୁଣ୍ଡା ଠାରେ ୩୩.୦ ଓ ଚମ୍ପୁଆ ଠାରେ ୬୨.୬ ମିମି ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ବ୍ଲକର ରହଣିଆ, ନେରଡ଼ା, ମୁଟୁଆଣି, ସଂପୋଇ, ଭାଗଡ଼ା, ଦେଉଳପଦୀ, ନୌରଙ୍ଗପୁର, ମାଳଦା, ଚତୁର୍ଭୁଜପୁର, ଜଳହରୀ, ବିରୋଳି, ସଠଗାଁ ପ୍ରଭୃତି ଗାଁର ଚାଷ ଜମି ଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ବନ୍ୟା ଆଶଙ୍କାରେ ଚାଷୀ ମାନେ ଚିନ୍ତାରେ ଅଛନ୍ତି। ଆଜି ଦିନ ୫ ଟା ସୁଦ୍ଧା ନଦୀର ଆଖୁଆପଦା ଠାରେ ୧୮.୧୧ ମିଟର ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ଏଠାରେ ବିପଦ ସଂକେତ ୧୭.୮୩ ଅଟେ। ତେବେ ବୈତରଣୀ ନଦୀରେ ଚଳିତବର୍ଷର ଏହି ତୃତୀୟ ବନ୍ୟାରେ ଭଣ୍ଡାରିପୋଖରୀ ବ୍ଲକ୍ର କଣ୍ଟିଘାଇ ଦେଇ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ, ବାଲିପୋଖରୀ ଭଳି ୬ଟି ପଂଚାୟତର ୩୬ଟି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି। ମଣିନାଥପୁର, ଷୋଳମପୁର, ତିଖିଲିଆ, ଦାଣ୍ଡକୁଳ, ବରାହ ନୂଆପଡା, ବିରୋଳି, ବିନ୍ଧାଣ, ମୁଢାପଦା, ମାଳଦା, ଚତୁର୍ଭୁଜପୁର, ରାମପୁର ଜଳହରି, ସାରଣା, ନପଙ୍ଗ, ଜୋରାଗଡିଆ, ନଉରଙ୍ଗପୁର, ଦେଉଳିପଦି, ରାଣୀଗଡିଆ, ଷଠଗାଁ, ଝୁଟୁଣା, ବନ୍ଦାଳୋ, ମଢିଆଳି ଓ ମହେଶପୁର ଭଳି ଗ୍ରାମର ଲୋକେ ଏବେବି ଜଳଘେରରେ ରହିଛନ୍ତି। କଣ୍ଟିଘାଇ ମଧ୍ୟ ଦେଇ ବନ୍ୟାଜଳ ଦ୍ରୁତି ଗତିରେ ଜନବସତିକୁ ପ୍ରବେଶ କରିବା ଫଳରେ ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ସତ୍ତାନାଳ ସେତୁ ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମଣିନାଥପୁର, ବନ୍ଦାଳୋ ମଢିଆଳି ଓ ଜଳହରି ବନ୍ୟା ଆଶ୍ରୟ ସ୍ଥଳୀରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଯୋଜନା ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top